ରାଜ୍ୟସଭା ଉପ ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ଦେବାଶିଷ
ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ କଲେ ଦେବାଶିଷ ସାମନ୍ତରାୟ । ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଦେବାଶିଷ । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି ।ପ୍ରାର୍ଥିପତ୍ର ଦାଖଲ ବେଳେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ବିଜେପି ଭାପତି ଓ ଦଳୀୟ ବିଧାୟକ । ଗତ ମାସ ୨୫ତାରିଖରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ଦେବାଶିଷ ସାମନ୍ତରାୟ । ଏହା ପରେ ଉପ ନିର୍ବାଚନ ଘୋଷଣା ହୋଇଥିଲା । ଆସନ୍ତା ୧୮ ତାରିଖରେ ହେବ ରାଜ୍ୟସଭା ଉପନିର୍ବାଚନ।ଉଲ୍ଲେଖନୀୟ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିବା ସହ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ଏହି ଆସନ ପାଇଁ ଦେବାଶିଷଙ୍କ ସହ ବିଜେପିର ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଦୌଡ଼ରେ ଥିବା କୁହାଯାଉଥିଲା। ହେଲେ ପାର୍ଟି ତାର ପୁରୁଣା ଫର୍ମୁଲା ଅନୁସାରେ ଦେବାଶିଷଙ୍କୁ ସଂସଦର ଉଚ୍ଚସଦନ ପାଇଁ ପ୍ରାର୍ଥୀ କରିଥିଲା।