ଶିକ୍ଷାବିତ ଚିତ୍ତରଞ୍ଜନ ରାଉତଙ୍କ ସ୍ମୁତିରେ ଶ୍ରଦ୍ଧାଞ୍ଜଳି ସଭା

ମାହାଙ୍ଗା -୨0/୫ ଶିକ୍ଷାବିତ, ପୂର୍ବତନ ପ୍ରଧାନଶିକ୍ଷକ, ପ୍ରକୃତିମିତ୍ର ଚିତ୍ତରଞ୍ଜନ ରାଉତଙ୍କ ଦ୍ଵାଦଶାହ ତିଥିରେ ପଲ୍ଲୀସାହି ପଞ୍ଚାୟତ ଗୋପାଳପୁର ଠାରେ ଡକ୍ଟର ଭାବଗ୍ରାହୀ ରାଉତଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ପାଟକୁରା ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ଅରବିନ୍ଦ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ବର୍ଗତ ରାଉତଙ୍କ ଦିବନାଦର୍ଶ ଉପରେ ଆଲୋକପାତ କରିଥିଲେ l ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଅବସରପ୍ରାପ୍ତ ଅତିରିକ୍ତ ସଚିବ ଜୟନ୍ତ କୁମାର ଦାସ ଯୋଗଦେଇଥିଲେ l ସମ୍ମାନିତ ଅତିଥି ଭାବେ ଗାନ୍ଧିବାଦୀନେତା ସରୋଜବନ୍ଧୁ ଦାଶ, ବିଜେପି ନେତା ସୁମନ୍ତ କୁମାର ଘଡେଇ, ବିଜେଡିନେତା ଅମରେଶ ପାତ୍ରୀ, କଂଗ୍ରେସ ନେତା ମାସୁଦ ଅଲ୍ଲୀ, ଡକ୍ଟର ଯୁଧିଷ୍ଠିର ଖଟୁଆ, କବି ଭକ୍ତ ଚରଣ ସାହୁ, ସାମ୍ବାଦିକ ଅଖିଳେଶ ପଦ ମହାନ୍ତି, ଡକ୍ଟର ଏକାଦଶୀ ପ୍ରଧାନ, ଶିକ୍ଷାବିତ ଜନାର୍ଦ୍ଦନ ରାଉତ, ପୂର୍ବତନ ପ୍ରଧାନଶିକ୍ଷକ ଅଭୟ ଚରଣ ପଣ୍ଡା, ଭବାନୀପ୍ରସାଦ ପଣ୍ଡା, ପ୍ରାଧ୍ୟାପକ ଦାଶରଥି ସ୍ୱାଇଁ, କୃଷକନେତା ରାମଚନ୍ଦ୍ର ସ୍ୱାଇଁ, ମାହାଙ୍ଗା ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ ରାଜକିଶୋର ଜେନା,ଗରଦପୁର ବ୍ଲକ ଚେୟାରମ୍ୟାନ ଅଭୟ ମହାରାଜ, ଡେରାବିଶ ବ୍ଲକ ପୂର୍ବତନ ଅଧ୍ୟକ୍ଷ ସରୋଜ କୁମାର ସାହୁ, ପୂର୍ବତନ ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ବେହେରା,ଡକ୍ଟର କାର୍ତ୍ତିକ ଚନ୍ଦ୍ର ବରାଳ, ଶିକ୍ଷାବିତ ଗଜେନ୍ଦ୍ର ସାହୁ,ରାଜକିଶୋର ଜେନା,କବି ବିଷ୍ନୁଚରଣ ମିଶ୍ର,ଶିକ୍ଷାବିତ ପ୍ରଶାନ୍ତ କୁମାର ରାଉତ, ବଳରାମ ପାତ୍ର,ଉପେନ୍ଦ୍ର ନାଥ ରଣା,କବି ପ୍ରଫୁଲ୍ଲ ସିଂ, ସାମ୍ବାଦିକ ଧନେଶ୍ୱର ସେଠୀ, ସାମ୍ବାଦିକ ମନୋଜ ଆଚାର୍ଯ୍ୟ,ସାମ୍ବାଦିକ ବିଜୟ କୁଅଁର,ସାହିତ୍ୟିକ ଚନ୍ଦ୍ରମଣି ଭୂୟାଁ,ଜିଲ୍ଲାପରିଷଦ ସଭ୍ୟା ସସ୍ମିତା ଦାସ,ମାହାଙ୍ଗା ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ହୃଷିକେଶ ସ୍ୱାଇଁ, ଜିଲ୍ଲାପରିଷଦ ସଭ୍ୟ ଜଗବନ୍ଧୁ ସେଠୀ, ଅରୁଣ ବାରିକ,ସ୍ୱାଧୀନ ମହାନ୍ତି, ସମାଜସେବୀ ହିମାଂଶୁ ଦାଶ, ଆଇନୀଜୀବୀ ଦୀପକ ମହାନ୍ତି, ଆଇନୀଜୀବୀ ବିକାଶ ରାଉତ ପ୍ରମୁଖ ଯୋଗଦେଇ ସ୍ବର୍ଗତ ରାଉତଙ୍କ କର୍ମମୟ ଜୀବନ ଚିର ଅମଳିନ ବୋଲି ମତବ୍ୟକ୍ତ କରିଥିଲେ l ଉତ୍ସବରେ ସ୍ମରଣିକା “ମାଟିର ମଣିଷ ଚିତ୍ତରଞ୍ଜନ” ଉନ୍ମୋଚିତ ହୋଇଥିଲା l ଦିବଂଗତ ଚିତ୍ତରଞ୍ଜନ ରାଉତଙ୍କ ବିୟୋଗରେ ବରେଣ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ଅରୁଣ କୁମାର ସାହୁ,ପୂର୍ବତନ ଆୟକର କମିଶନର ଶୋଭନ କର,ଇଞ୍ଜିନିଅର ସହଦେଵ ଖଟୁଆଙ୍କ ପକ୍ଷରୁ ପ୍ରେରିତ ଶୋକବାର୍ତ୍ତା ପାଠକରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଡ. ସତ୍ୟରଞ୍ଜନ ରାଉତ,ମୃଣ୍ମୟ ରାଉତ,ମୃତ୍ୟୁଞ୍ଜୟ ରାଉତ, ରଶ୍ମିରଂଜନ ରାଉତ, ପ୍ରମୁଖ ପରିଚାଳନା କରିଥିଲେ l ସଭା ପ୍ରାରମ୍ଭରେ ହରିନାମ ସଂକୀର୍ତ୍ତନ ଓ ଭାଗବତ ପାଠ କରାଯାଇଥିଲା l