ଧାନ କିଣାରେ ହେଉଛି କଟନିଛଟନି, ଖୋଲା ମଞ୍ଚରେ ସ୍ୱୀକାର କଲେ ମନ୍ତ୍ରୀ କୃଷ୍ଣ ପାତ୍ର

ଦୁଇ ବର୍ଷ ଭିତରେ ଯୋଗାଣ ବିଭାଗର କାର୍ୟ୍ୟଧାରାକୁ  ନେଇ ଲୋକଙ୍କ ଭିତରେ ଅସନ୍ତୋଷ ତେଜିଛି । ମଣ୍ଡି ଅବ୍ୟବସ୍ଥା, ଗ୍ୟାସ ଅଭାବ ପରେ ଏବେ ପଟ୍ରୋଲ ପାଇଁ  ଲମ୍ବାଧାଡ଼ି । ଏହାକୁ ନେଇ ସରକାର ମଧ୍ୟ ଅଡ଼ୁଆରେ ପଡ଼ିଛନ୍ତି ।ଧାନ ମଣ୍ଡିରେ କଟନୀ-ଛଟନିର ଗୋଲକ ଧନ୍ଧାରେ ବର୍ଷ ବର୍ଷ ଧରି ଧନ୍ଧି ହୋଇଛନ୍ତି  ଚାଷୀ । ରାଜ୍ୟରେ ଏବେ ବି ଚାଲିଛି କଟନି ଛଟନି। ଯୋଗାଣ ଅଧିକାରୀଙ୍କ ସମ୍ମିଳନୀରେ ଏହି କଥା କହି ଆଗକୁ ଯେମିତି କଟନି ଛଟନି ନହୁଏ, ସେଥିପାଇଁ ଅଧିକାରୀଙ୍କୁ ତାଗିଦ୍‌ କରିଛନ୍ତି । ଯିଏ କଟନି ଛଟନିକୁ ପ୍ରୋତ୍ସାହନ ଦେବେ ସେହି ଅଧିକାରୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ହେବ । ମିଲରଙ୍କୁ ଅଫିସର ସାହାଯ୍ୟ କରୁଥିଲେ ତୁରନ୍ତ ବନ୍ଦ କରିବାକୁ ସେ ଚେତାବନୀ ମଧ୍ୟ ଦେଇଛନ୍ତି। ସେପଟେ ଯୋଗାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୟ ସିଂ କହିଛନ୍ତି, ଚଳିତ ଖରିଫ ଋତୁରେ ୧୯ ଲକ୍ଷରୁ ଅଧିକ ଚାଷୀଙ୍କ ପାଖରୁ ୭୮ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରଯାଇଛି। ଏ ବାବଦରେ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ୨୪ ହଜାର କୋଟି ଟଙ୍କା। ଜଣେ ଚାଷୀ ହାରାହାରି ୧ ଲକ୍ଷ ୩୦ ହଜାର ଟଙ୍କା ପାଇଛନ୍ତି।ଅନ୍ୟ ରାଜ୍ୟଗୁଡ଼ିକରେ ଚାଷୀଙ୍କୁ ଟଙ୍କା ପ୍ରଦାନରେ ୧୦ରୁ ଅଧିକ ସମୟ ଲାଗୁଥିବା ବେଳେ ଓଡ଼ିଶାରେ ୪୮ ଘଣ୍ଟା ଭିତରେ ଟଙ୍କା ଦିଆଯାଇଛି। କିନ୍ତୁ ମଣ୍ଡିରୁ ମିଲ୍ ଓ ମିଲ୍ ରୁ RRCକୁ ପରିବହନ ବ୍ୟବସ୍ଥା ଚୂଡ଼ାନ୍ତ ହୋଇନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହିତ 100 ପ୍ରତିଶତ E-KYC ପାଇଁ ବିଭାଗୀୟ ଅଧିକାରୀଙ୍କୁ ଟାର୍ଗେଟ ଦେଇଛନ୍ତି ଯୋଗାଣ ସଚିବ।