ସମ୍ଭାବ୍ୟ ବାତ୍ୟା ପାଇଁ ୧୯, ୨୦ରେ ବନ୍ଦ ରହିବ ନନ୍ଦନ କାନନ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍’ (Cyclone Akvan) ପ୍ରଭାବରେ ନଭେମ୍ବର ୧୯ ଓ ୨୦ ତାରିଖ ଦୁଇ ଦିନ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ୨ ଦିନ ପ୍ରାଣୀ ଉଦ୍ୟାନ ସମେତ ଉଦ୍ଭିଦ ଉଦ୍ୟାନ ମଧ୍ୟ ବନ୍ଦ ରହିବ ବୋଲି ନନ୍ଦନ କାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ଏକ ପ୍ରେସବିବୃତ୍ତିରେ କୁହାଯାଇଛି ।ପାଣିପାଗ ସ୍ୱାଭାବିକ ହେବା ପରେ ଉଦ୍ୟାନ ପୁନର୍ବାର ଖୋଲିବା ନେଇ ସୂଚନା ଦିଆଯିବ। ଖୋର୍ଦ୍ଧା ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବାରୁ ପ୍ରବଳ ବର୍ଷା ଓ ପବନର ଆଶଙ୍କା ରହିଛି। ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ କର୍ତ୍ତୃପକ୍ଷ ଏହି ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ଏହି ଦୁଇ ଦିନ ମଧ୍ୟରେ ନନ୍ଦନକାନନ ବୁଲିବାକୁ ଯୋଜନା କରିଥିବା ପର୍ଯ୍ୟଟକମାନେ ନିଜର ଯାତ୍ରା ସୂଚୀ ବଦଳାଇବାକୁ ପରାମର୍ଶ ଦିଆଯାଇଛି।