୩ୟ ଦିନରେ ବି ଗୃହ ଅଚଳ, ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ

ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ତେବେ ବିରୋଧୀଙ୍କ ହଟ୍ଟଗୋଳ ଏବଂ ହଙ୍ଗାମା ଲାଗି ଆଜି ବିଧାନସଭାକୁ ପୁଣି ମୁଲତବୀ ରଖାଯାଇଛି । ଅପରାହ୍ନ ୪ଟା ଯାଏଁ ବିଧାନସଭାକୁ ମୁଲତବୀ ଘୋଷଣା କରାଯାଇଛି ।ଏମଏମଡିଆର ପ୍ରସଙ୍ଗକୁ ନେଇ କଂଗ୍ରେସ ଗୃହ ଭିତରେ ହଲ୍ଲାବୋଲ କରୁଥିବା ବେଳେ, ବହିରେ ତ୍ରୁଟି ପ୍ରସଙ୍ଗକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧ ଜାରି ରଖିଛି ବିଜୁ ଜନତା ଦଳ। ଗୃହ ଭିତରେ ଓ ବାହାରେ ଉଭୟ ଦଳର ବିରୋଧ ଯୋଗୁଁ ପୂର୍ବ ଦୁଇ ଦିନ ଗୃହକାର୍ଯ୍ୟ ପ୍ରଭାବିତ ହୋଇଥିଲା ।ସେହିପରି ଗୁରୁବାର ଦିନ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ପୁଣି ଥରେ ହଙ୍ଗାମା କରିଥିଲେ । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ପରେ ବି ଶୁଣିନଥିଲେ ବିରୋଧୀ । ଶେଷରେ ବାଧ୍ୟ ହୋଇ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ରଖାଯାଇଛି । ମୋଟ ୯ଟି କାର୍ଯ୍ୟଦିବସରୁ ଆଜି ୩ ଦିନ ।