Browsing Category

ଆଜିର ଖବର

ନଭେମ୍ବର ୧ରୁ ବାଘ ଗଣନା: ଅତ୍ୟାଧୁନିକ ପ୍ରକ୍ରିୟାରେ ଗଣନା ପାଇଁ ଦିଆଯାଉଛି ତାଲିମ୍

ଆସନ୍ତା ନଭେମ୍ବର ମାସ ୧ ତାରିଖ ଠାରୁ ସାରା ଦେଶରେ ବ୍ୟାଘ୍ର ଗଣନା । ବନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ଅତ୍ୟାଧୁନିକ ପଦ୍ଧତିରେ ହେବ ବ୍ୟାଘ୍ର ଗଣନା । ଏନେଇ ତାଲିମ ନେଉଛନ୍ତି ବନ ବିଭାଗ କର୍ମଚାରୀ । ଅନୁଗୋଳ ବନଖଣ୍ଡରେ ଥିବା ୬ଟି ବନାଞ୍ଚଳରେ ପର୍ଯ୍ୟାୟ କ୍ରମେ ତାଲିମ ଦିଆଯିବ ।

ସୃଷ୍ଟି ହେଲା ଅବପାତ: ୨୭ରୁ ୨୯ ଯାଏଁ ରାଜ୍ୟରେ ବର୍ଷା

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି। ଘନୀଭୂତ ହୋଇ କାଲି ଗଭୀର ଅବପାତର ରୂପ ନେବ।୨୭ ତାରିଖ ସକାଳେ ବାତ୍ୟାର ରୂପ ନେବ ବୋଲି ଜଣାପଡିଛି। ତେବେ ଆଇଏମଡିର ପୂର୍ବାନୁମାନ କହୁଛି ବାତ୍ୟା ହେଲେ ଓଡ଼ିଶାରେ କମ୍, ଆନ୍ଧ୍ର ଉପରେ ଅଧିକ ପ୍ରଭାବ ରହିବ। ୨୭ରୁ ୨୯ ଯାଏଁ ରାଜ୍ୟରେ ବର୍ଷା

ନୂଆପଡା ଉପନିର୍ବାଚନ: ୧୪ପ୍ରାର୍ଥୀଙ୍କ ମଧ୍ୟରେ ହେବ ପ୍ରତିଦ୍ୱନ୍ଦିତା

ସରିଲା ନୂଆପଡ଼ା ଉପନିର୍ବାଚନ ପାଇଁ ପାର୍ଥୀପତ୍ର ପ୍ରତ୍ୟାହାର ଅବଧି। ଜଣେ ବି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନାହାନ୍ତି । ଅତଏବ, ୧୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ନୂଆପଡା ବିଧାନସଭା ଉପନିର୍ବାଚନରେ ହେବ ପ୍ରତିଦ୍ୱନ୍ଦିତା । ଭାରତୀୟ ଜନତା ଦଳରୁ ଶ୍ରୀ ଜୟ ଢୋଲକିଆ, ବିଜୁ ଜନତା

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ- ସୁରେଶ ପୂଜାରୀ

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଯେ କୌଣସି ପରିସ୍ଥିତି ମୁକାବିଲା ନେଇ ଆମେ ପ୍ରସ୍ତୁତ ରହିଛୁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । "ବର୍ତ୍ତମାନ ଲଘୁଚାପ ଘଣ୍ଟାପ୍ରତି 3 କିମି ବେଗରେ ଗତି କରୁଛି । ଦକ୍ଷିଣ- ପଶ୍ଚିମ

ଭୁବନେଶ୍ୱରରେ ନିର୍ମାଣାଧୀନ ‘କଳାମଣ୍ଡଳ’ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଭୁବନେଶ୍ୱରରେ ନିର୍ମାଣାଧୀନ ପ୍ରେକ୍ଷାଳୟ ‘କଳାମଣ୍ଡଳ’ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିସହିତ କେନ୍ଦୁଝର ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଭୁବନେଶ୍ୱରର ସୈନିକ ସ୍କୁଲ ନିକଟରେ ୯.୮୫ ଏକର

କୁଜଙ୍ଗ ତା 24/10କୁଜଙ୍ଗ ରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ କ୍ୟାମ୍ପ ୨୦୨୫

ଜଗତସିଂହପୁର, ତା ୨୪.୧୦.୨୫ ରିଖଚଳିତ ବର୍ଷ ୨୦୨୫ ରେ ଜଗତସିଂହପୁର ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ କ୍ୟାମ୍ପ ଆୟୋଜିତ ହେବ। ବିଭିନ୍ନ ବିଭାଗର ଡାକ୍ତର ମାନଙ୍କୁ ଏଥିପାଇଁ ନିୟୋଜିତ କରଯାଇଛି ।ଆଜି କୁଜଙ୍ଗ ବ୍ଲକ୍ ଓ ପାରାଦ୍ଵୀପ ପୌର ପରିଷଦ ନିମନ୍ତେ

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା: ବିରଳ କଇଁଛଙ୍କ ସୁରକ୍ଷା ପାଇଁ ନଭେମ୍ବର ପହିଲାରୁ କଟକଣା

ଆଗକୁ ଆସୁଛି ଅଲିଭ ରିଡ଼ଲେ କଇଁଛଙ୍କର ପ୍ରଜନନ ଋତୁ । ସମୁଦ୍ରରେ ମାଛ ଧରିବା ନେଇ ଲାଗିବ କଟକଣା । ଆସନ୍ତା ନଭେମ୍ବର ୧ ତାରିଖରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା । ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗା ମାଡରେ ଯେପରି କଇଁଛ ମୃତ୍ୟୁ ନହୁଏ, ଏନେଇ ଅଣ୍ଟା ଭିଡ଼ିଛି

ସରକାର ଆଣିଲେ ‘ଭାରତ ଟ୍ୟାକ୍ସି’

କେନ୍ଦ୍ର ସରକାର ଭାରତ ଟ୍ୟାକ୍ସି ନାମକ କ୍ୟାବ୍ ସେବା ଆରମ୍ଭ କରିବାକୁ ଯାଉଛନ୍ତି ।ଏହା ନଭେମ୍ବରରେ ଦିଲ୍ଲୀରେ ଏକ ପାଇଲଟ ପ୍ରୋଜେକ୍ଟ ଭାବରେ ଆରମ୍ଭ ହେବ, ଯେଉଁଥିରେ ୬୫୦ ଜଣ ଡ୍ରାଇଭର ଅଛନ୍ତି। ଏହା ଦିଲ୍ଲୀ ପରେ ଅନ୍ୟ ରାଜ୍ୟକୁ ବିସ୍ତାରିତ ହେବ। ମହିଳା ଡ୍ରାଇଭରଙ୍କ ସମେତ ଦେଶବ୍ୟାପୀ

ଭୁବନେଶ୍ବରରେ ନାବାଳିକା ଗଣଦୁଷ୍କର୍ମ ମାମଲା: ତଦନ୍ତ ପାଇଁ ପହଞ୍ଚିଲେ ଝାଡ଼ଖଣ୍ଡର ଟିମ୍‌

ଭୁବନେଶ୍ୱରରେ ସେକ୍ସ ରାକେଟ ଠାବ ଘଟଣା । ଉଦ୍ଧାର ଝାଡ଼ଖଣ୍ଡ ନାବାଳିକାଙ୍କ ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ଝାଡ଼ଖଣ୍ଡର ଶିଶୁ ଆୟୋଗର ସ୍ଵତନ୍ତ୍ର ଟିମ୍ । ଝାଡ଼ଖଣ୍ଡ ଚାଇଲଡ କମିସନଙ୍କ ୩ ଜଣ JSCPCR( Jhadkhand state commision for protection of chlid rights ) ସଦସ୍ୟ ଓ ଓଡିଶା

ବିଶିଷ୍ଟ କବି ଓ ଲେଖକ ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଦେହାନ୍ତ

ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଦେହାନ୍ତ । ୮୧ ବର୍ଷ ବୟସରେ ଆଖି ବୁଜିଛନ୍ତି ରାଜେନ୍ଦ୍ର କିଶୋର । ୧୯୮୫ରେ କବିତା ଶୈଳକଳ୍ପ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ତାଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି ।ସେ ଭାରତୀୟ ପ୍ରଶାସନିକ ସେବା

ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା ମୋନ୍ଥା

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଘନୀଭୂତ ହେବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେଇପାରେ ଏବଂ ୨୬ ତାରିଖ ସୁଦ୍ଧା ଗଭୀର ଅବପାତରେ ପରିଣତ ହେବାର ଆଶଙ୍କା କରାଯାଉଛି।

ମାଣ୍ଡିଆ ଦିବସରେ ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ

ମାଣ୍ଡିଆ ଦିବସ ଅବସରରେ ରାଜ୍ୟ ସରକାର ଆୟୋଜନ କରିବେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଆସନ୍ତା ୧୦ ଓ ୧୧ ତାରିଖରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ।ଏ ନେଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ