Browsing Category

ଆଜିର ଖବର

ଆବଶ୍ୟକତା ଦେଖି ପ୍ରସ୍ତାବ ଦିଅନ୍ତୁ: ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ

ସିଡ଼ିପିଓ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ। ଗ୍ରାଉଣ୍ଡରେ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟର ଅଭାବ ରହୁଛି। ସବୁ ବିଭାଗ ସହ ସମନ୍ୱୟ ରକ୍ଷା କରି ଗ୍ରାଉଣ୍ଡରେ କାମ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।ଗ୍ରାଉଣ୍ଡରେ ସମସ୍ୟା ରହୁଛି କିନ୍ତୁ ଜାଣିଶୁଣି ଅଣ୍ଡର ରିପୋର୍ଟିଂ

ଆର୍‌ଆଇ ଅମିନ ପରୀକ୍ଷା ବାତିଲ

ବାତିଲ ହେଲା ଆରଆଇ, ଏଆରଆଇ, ଅମିନ, ଆଇସିଡ଼ିଏସ ସୁପରଭାଇଜର ମୁଖ୍ୟ ପରୀକ୍ଷା । ନୂଆ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପରୀକ୍ଷା ଆଉ ଥରେ କରାଯିବ ବୋଲି ନିର୍ଦ୍ଦେଶ ହୋଇଛି । ଏନେଇ ଅଡ଼ିଶାର ଆଡ଼ଭୋକେଟ ଜେନେରାଲ (AG) ପିତାମ୍ବର ଆଚାର୍ଯ୍ୟ ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କରିଛନ୍ତି।

କୁମ୍ଭୀର ଆକ୍ରମଣକୁ ରୋକିବା ପାଇଁ ନଦୀ ପଠାରେ ଚିହ୍ନଟ ହେବ ବ୍ଲାକ୍ ସ୍ପଟ୍

କୁମ୍ଭୀର ଆକ୍ରମଣକୁ ଦୃଷ୍ଟିରେ ରଖି ଜଙ୍ଗଲ ବିଭାଗର ମାଷ୍ଟର ପ୍ଲାନ । ଏଣିକି ନଦୀ ତଟରେ ଚିହ୍ନଟ ହେବ ବ୍ଲାକସ୍ପଟ୍ । ବ୍ୟାରିକେଡ କରାଯିବା ସହ ସାଇନବୋର୍ଡ ଲଗାଇବ ଜଙ୍ଗଲ ବିଭାଗ ।ଏ ନେଇ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । ମନ୍ତ୍ରୀ

ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା

ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ଦୂଷଣ ରୋକିବା ପାଇଁ ଓଡ଼ିଶା ସରକାର ସରକାରୀ ଅଫିସ୍‌ଗୁଡ଼ିକରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ଉପରେ କଡ଼ା କଟକଣା ଲଗାଇଛନ୍ତି। ଏହି ସଂପର୍କରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ରାଜ୍ୟର ସମସ୍ତ ବିଭାଗୀୟ ସଚିବଙ୍କୁ ଏକ

OTET ପ୍ରଶ୍ନପତ୍ର ଲିକ୍‌ ମାମଲା: ୬ ଜଣ ଗିରଫ

ଓଟିଇଟି ପ୍ରଶ୍ନପତ୍ର ମାମଲାରେ ୬ ଜଣ ଗିରଫ ହୋଇଛନ୍ତି । ଏନେଇ ପ୍ରେସମିଟରେ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ।ଏକ ପ୍ରେସ୍‌ମିଟ୍‌ରେ କ୍ରାଇମବ୍ରାଞ୍ଚ ଡିଜି ସୂଚନା ଦେଇ କହିଛନ୍ତି ଯେ, ଏହି ଲିକ୍‌ ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣାଙ୍କ ଜରିଆରେ ହୋଇଛି। ତାଙ୍କ

ବିନା ଅସ୍ତ୍ରୋପଚାରରେ ଶ୍ବାସ ନଳୀରୁ ବାହାରିଲା ଦେଢ ଇଞ୍ଚ ଲମ୍ବର ଏକ ଲୁହା କଣ୍ଟା

କଟକ ଶିଶୁଭବନରେ ବିନା ଅସ୍ତ୍ରୋପଚାରରେ ବ୍ରୋଙ୍କୋସ୍କୋପି ପଦ୍ଧତିରେ ଏକ ଶିଶୁର ଶ୍ବାସ ନଳୀରୁ ଦେଢ ଇଞ୍ଚ ଲମ୍ବ ଏକ ଲୁହା କଣ୍ଟା ବାହାର କରାଯାଇଛି। ଶିଶୁଟି ଏବେ ସୁସ୍ଥ ଥିବା ବେଳେ ଜୀବନ ପ୍ରତି କୌଣସି ବିପଦ ନ ଥିବା ଡାକ୍ତରୀ ଟିମ୍ ପକ୍ଷରୁ କୁହାଯାଇଛି ।ସୂଚନାଯୋଗ୍ୟ, ଯାଜପୁରଜିଲ୍ଲା

ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡିତାଙ୍କର ବୟାନ ରେକର୍ଡ

ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି। ବୟାନରେ ପୀଡିତା ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଥିବା ସୂଚନା ମିଳିଛି। ଦିଲ୍ଲୀରୁ ଟିମ୍‌ ଫେରିବା ପରେ ବହୁ ଗୁରୁତ୍ୱପୂର୍ଣ୍ଣ କଥା ପ୍ରକାଶ କରିପାରନ୍ତି। ଏହା ମଧ୍ୟ ସୂଚନା ମିଳିଛି କି ୩ ଦୃର୍ବୁତ୍ତ ନିଆଁ ଲଗାଇଥିବା କଥା

ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ, ଚାଲିଛି ରେଡ୍‌

ଭିଜିଲାନ୍ସ ଜାଲରେ ଆଉ ଜଣେ ସହକାରୀ ଯନ୍ତ୍ରୀ । ସହକାରୀ ଯନ୍ତ୍ରୀ ଅଶୋକ ପଣ୍ଡାଙ୍କ ଘରେ ରେଡ୍ । ଗତକାଲି ରାଜକିଶୋରଙ୍କ ଘରେ ଭିଜିଲାନ୍ସ ରେଡ୍ ଦେଖି ଭୟରେ ଟଙ୍କା ଭର୍ତ୍ତି ବ୍ୟାଗ୍ ଝରକା ପଟେ ବାହାରକୁ ଫୋପାଡି ଦେଇଥିଲେ ଅଶୋକ । ଆଜି ରେଡ୍ କରି ସେହି ଟଙ୍କା ଭର୍ତ୍ତି ବ୍ୟାଗକୁ ଜବତ କରିଛି

ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଏବଂ ସ୍ବତନ୍ତ୍ର ରିଲିଫ କମିଶନର ଡି.କେ. ସିଂ

ଅଗଷ୍ଟ ୯ତାରିଖ ପରେ ସୁଭଦ୍ରା ପୋର୍ଟାଲ ଖୋଲିବ

ସୁଭଦ୍ରା ପୋର୍ଟାଲ ନେଇ ମଙ୍ଗଳବାର ଏକ ବଡ଼ ଖବର ସାମନାକୁ ଆସିଛି । ଅଗଷ୍ଟ ୯ ତାରିଖ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ଏନେଇ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି, ବାଦ୍‌ ପଡ଼ିଥିବା ହିତାଧିକାରୀଙ୍କୁ

ନଦୀକୁ ଖସିପଡ଼ିଲା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ଗାଡ଼ି

ଜମ୍ମୁ ଓ କଶ୍ମୀରର ଗାଣ୍ଡେରବଲ ଜିଲାରେ ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ଏକ ବସ ନଦୀକୁ ଖସିପଡ଼ିଛି। ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ପ୍ରବଳ ବର୍ଷା ମଧ୍ୟରେ ଗାଣ୍ଡେରବଲ ଜିଲାର କୁଲାନରେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବସ ସିନ୍ଧ ନଦୀକୁ

ଗଛ ନ ଲଗାଇବା ଯୋଗୁ ୧୧ ଜଣ BEOଙ୍କ ଦରମା ବନ୍ଦ

ବଲାଙ୍ଗୀର ଜିଲାର ୧୧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦରମା ବନ୍ଦ କରିବାକୁ ଜିଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ‘ଏକ ପେଡ ମା’ କେ ନାମ’ କାର୍ଯ୍ୟକ୍ରମ ଚାଲିଥିବାବେଳେ ଜିଲାରେ ଥିବା ବିଭିନ୍ନ ସରକାରୀ ସ୍କୁଲରେ ପାଳନ କରୁ ନ ଥିବା ଦେଖାଦେଇଛି । ବଲାଙ୍ଗୀର ଜିଲ୍ଲା ଅଧିକାରୀ ୧୧ଟି