ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡିତାଙ୍କର ବୟାନ ରେକର୍ଡ

ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି। ବୟାନରେ ପୀଡିତା ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଥିବା ସୂଚନା ମିଳିଛି। ଦିଲ୍ଲୀରୁ ଟିମ୍‌ ଫେରିବା ପରେ ବହୁ ଗୁରୁତ୍ୱପୂର୍ଣ୍ଣ କଥା ପ୍ରକାଶ କରିପାରନ୍ତି। ଏହା ମଧ୍ୟ ସୂଚନା ମିଳିଛି କି ୩ ଦୃର୍ବୁତ୍ତ ନିଆଁ ଲଗାଇଥିବା କଥା ପୀଡିତା ଜଣଙ୍କ ପ୍ରତ୍ୟକ୍ଷଦର୍ଶୀଙ୍କୁ କହିନଥିଲେ। ସେ କେବଳ ମୋତେ ବଞ୍ଚାଇଦିଅ,ପାଣି ଦିଅ ବୋଲି କହିଥଇଲେ। ତେବେ ପୀଡିତାଙ୍କ ବୟାନ ଆଧାରରେ କାଯ୍ୟାନଷ୍ଠାନ ହେବ କହିଲେ ପୁରୀ ଏସପି ପିନାକ ମିଶ୍ର । ତଦନ୍ତର ଶେଷ ପଯ୍ୟାୟରେ ପହଞ୍ଚିସାରିଛି । ଆଇନଗତ ଦିଗକୁ ଦୃଷ୍ଟିରେ ରଖି କରାଯାଉଛି ତଦନ୍ତ । ନାବାଳିକାଙ୍କର ଚିକିତ୍ସା ଚାଲିଥିବାରୁ ଅତି ସତର୍କତାର ସହିତ ତଦନ୍ତ କରାଯାଉଛି । ପୀଡିତାଙ୍କର ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଯାହା ତଦନ୍ତ କରାଯାଉଛି । ତାହା ପୀଡିତାଙ୍କ ପରିବାର ଆଗରେ କରାଯାଉଛି । ଆଉ ସମସ୍ତ ପ୍ରକ୍ରିୟା ତଦନ୍ତର ଭିଡିଓ ରେକର୍ଡ କରାଯାଉଛି । ଘଟଣା ପଛର କାରଣ ସାର୍ବଜନୀନ କରାଯିବ।