Browsing Category

ଆଜିର ଖବର

ଜଷ୍ଟିସ୍‌ ମାନସ ରଞ୍ଜନ ପାଠକ ଆସନ୍ତା ସୋମବାର ଶପଥ ନେବେ

ଗୌହାଟୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ମାନସ ରଞ୍ଜନ ପାଠକ ଆସନ୍ତା ୨୧ ତାରିଖ ସୋମବାର ଦିନ ୧୦ଟା ସମୟରେ ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ । ହାଇକୋର୍ଟ ପୁରୁଣା କୋଠାର ନୂତନ ସମ୍ମିଳନୀ କକ୍ଷରେ ତାଙ୍କୁ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ ଶପଥ ପାଠ କରାଇବେ ।

ପିସିସି ସଭାପତିଙ୍କୁ ଟେକିନେଲେ ସୁରକ୍ଷାକର୍ମୀ

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ ବେଳେ କଂଗ୍ରେସ କର୍ମୀ ଓ ପୋଲିସ ଧସ୍ତାଧସ୍ତି ସ୍ଥିତି ଦେଖିବାକୁ ମିଳିଛି । ତେବେ ପିସିସି ସଭାପତି ଭକ୍ତ ଦାସଙ୍କୁ ପୋଲିସ ଆରେଷ୍ଟ କରିଛି। ଆନ୍ଦୋଳନସ୍ଥଳରୁ ଭକ୍ତଙ୍କୁ ଉଠାଇ ନେଇଛି ପୋଲିସ।ସେପଟେ ମହିଳା ନିର୍ଯାଚନା ବିରୋଧ ଓ ସୌମ୍ୟାଶ୍ରୀଙ୍କୁ

ଗଙ୍ଗାଧର ମେହେର ବିଶ୍ଵ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ନିର୍ଯ୍ୟାତନା : ଅଧ୍ୟାପକ ଗିରଫ

ଜିଏମ୍ ବିଶ୍ୱ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ମାମଲା ସାମ୍ନାକୁ ଆସିଛି । ଛାତ୍ରୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ଅଧ୍ୟାପକଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ ।ଏ ନେଇ ସମ୍ପଲପୁର ଏସ୍‌ପିଙ୍କ ପକ୍ଷରୁ ସ୍ପଷ୍ଟ ହୋଇଛି। ଗିରଫ ଅଧ୍ୟାପକ ଜଣକ ଶିକ୍ଷା ବିଭାଗର ଆସିଷ୍ଟାଣ୍ଡ

ମହିଳା କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଲାଇନ୍ ନମ୍ଵର ଜାରି

କର୍ମସ୍ଥଳୀରେ ମହିଳାମାନଙ୍କ ଯୌନ ଉତ୍ପୀଡ଼ନ (ନିବାରଣ, ନିଷେଧ ଏବଂ ପ୍ରତିକାର) ଆଇନ, ୨୦୧୩ ଅନ୍ତର୍ଗତ ବ୍ୟବସ୍ଥାଗୁଡ଼ିକୁ ପାଳନ କରିବା ପାଇଁ ସମୟ ସମୟରେ ନିର୍ଦ୍ଦେଶ ଜାରି କରାଯାଇଛି। ସମସ୍ତ ଯୋଗ୍ୟ ପ୍ରତିଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ର ସମୟସାପେକ୍ଷ ଗଠନ ଏବଂ ପୁନଃଗଠନ

ଆଜି ପୁଣି ବଢିଲା ସୁନା ଦାମ

ପୁଣି ଚିନ୍ତା ବଢାଇଲା ସୁନା ଦର। ଦିନକୁ ଦିନ ବଢି ଚାଲିଛି ଦର।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା, ୯୯, ୩୩୦ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୧ ,୦୫୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୯, ୩୩୦ଟଙ୍କା

ସୁରକ୍ଷା ନ ଦେଲେ ସପରିବାର ଆତ୍ମହତ୍ୟା କରିବୁ କହିଲେ ସୌମ୍ୟାଶ୍ରୀଙ୍କ ଭାଇ

ବାଲେଶ୍ୱରରେ ଏଫଏମ କଲେଜ ଛାତ୍ରୀଙ୍କ ମୃତ୍ୟୁ ପରେ ରାଜନୀତି ସରଗରମ ହୋଇଛି । ବିରୋଧି ଦଳ ନ୍ୟାୟ ଦାବିରେ ଆନ୍ଦୋଳନ ସହ କୁଶପୁତ୍ତଳିକା ଦାହ କରୁଛନ୍ତି । ଆଜି କଂଗ୍ରେସ ଛାତ୍ରୀଙ୍କୁୁ ନ୍ୟାୟ ଦାବିରେ ଓଡିଶା ବନ୍ଦ ଡାକରା ଦେଇଛି । ସେପଟେ ସୌମ୍ୟାଶ୍ରୀଙ୍କ ଭାଇ ସୌମ୍ୟରଞ୍ଜନ ବିଶି ଭୋଗରାଇ

ସୁନା ଚୋରା ଚାଲାଣ ମାମଲାରେ ରାନ୍ୟାଙ୍କୁ ଏକ ବର୍ଷ ଜେଲ ଦଣ୍ଡ

ସୁନା ଚୋରା ଚାଲାଣ ମାମଲାରେ କନ୍ନଡ ଅଭିନେତ୍ରୀ ରଣ୍ୟା ରାଓଙ୍କୁ ଗୋଟିଏ ବର୍ଷ ଜେଲ ଦଣ୍ଡ ଦିଆଯାଇଛି । ଏହି ନିର୍ଦ୍ଦେଶ ବିଦେଶୀ ମୁଦ୍ରା ସଂରକ୍ଷଣ ଏବଂ ଚୋରାଚାଲାଣ ନିବାରଣ ଆଇନ (COFEPOSA) ପରାମର୍ଶଦାତା ବୋର୍ଡ ଦ୍ୱାରା ପାସ କରାଯାଇଛି, ଯେଉଁଥିରେ ରଣ୍ୟା ରାଓଙ୍କ ସହିତ ଅନ୍ୟ ଦୁଇ

ଭାରତର ଆକାଶ ପ୍ରାଇମ୍ ଏୟାର ଡିଫେନ୍ସ ସିଷ୍ଟମର ସଫଳ ପରୀକ୍ଷଣ

ବୁଧବାର ଭାରତ ଏକ ନୂଆ ଏୟାର ଡିଫେନ୍ସ ସିଷ୍ଟମର ସଫଳ ପରୀକ୍ଷଣ କରିଛି । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଭାରତ ଏହି ବାୟୁ ପ୍ରତିରକ୍ଷା ପ୍ରଣାଳୀ ବିକଶିତ କରିଛି । ଏହାକୁ ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରାଯାଇଛି । ‘ଆକାଶ ପ୍ରାଇମ୍’ ନାମକ ଏହି ଏୟାର ଡିଫେନ୍ସ ସିଷ୍ଟମକୁ ଲଦାଖ

ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ପିଅନଙ୍କ ସାଂଘାତିକ ବୟାନ

ଏଫଏମ ଛାତ୍ରୀ ସୌମ୍ୟାଙ୍କ ମୃତ୍ୟୁ ଘଟଣାରେ ଏଫଏମ କଲେଜର ପିଅନ କରିଛନ୍ତି ବଡ଼ ଖୁଲାସା। ସେଦିନ ସୌମ୍ୟାଶ୍ରୀଙ୍କ ମୃତ୍ୟୁବେଳେ ପ୍ରିନ୍ସପାଲଙ୍କ ଅଫିସ ସାମ୍ନାରେ କ’ଣ ହୋଇଥିଲା ସେନେଇ ସବୁ କହିଛନ୍ତି ପିଅନ। ପିଅନଙ୍କ ବୟାନ ଅନୁସାରେ, ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିବା ପରେ ସେ ଦୌଡି ଦୌଡି

ମାସେ ପରେ କେନ୍ଦ୍ରାପଡ଼ାରୁ ମୁମ୍ବାଇ ଗଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ପବନ ଯାନ

ମାସାଧିକ କାଳ ଅଟକି ରହିବା ପରେ କେନ୍ଦ୍ରାପଡ଼ା ଛାଡ଼ିଛି ଅଚଳ ହେଲିକପ୍ଟର। ମାସେ ୭ ଦିନ ଧରି କେନ୍ଦ୍ରାପଡ଼ା ସ୍ବୟଂଶାସିତ କଲେଜ ପଡ଼ିଆରେ ପଡ଼ି ରହିବା ପରେ ଗତ ସନ୍ଧ୍ୟାରେ ଏକ ଟ୍ରକ୍ ରେ ଲଦା ହୋଇ ହେଲିକପ୍ଟରଟି ମୁମ୍ବାଇ ଯାଇଛି l ମୁମ୍ବାଇରୁ ଆସିଥିବା ଟେକ୍ନିକାଲ ଟିମ୍ ଙ୍କ

କିଡିଙ୍ଗ ବେହେରା ପୋଲରେ ଓଲଟିଲା ସପୁରୀ ବୋଝେଇ ପିକ୍ଅପ ଭ୍ୟାନ୍

HR ଟିଭି ଓଡ଼ିଆ/କଳାହାଣ୍ଡି (ଶେଖର ସୁମନ ଦାଶ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରୁ ରାୟଗଡାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ କାଉଗୁଡା ମଝିରେ ଥିବା ବେହେରା ପୋଲ ରେ ଆଜି ସକାଳୁ ଗୋଟିଏ ସପୁରୀ ବୋଝେଇ (ସିଜି-୦୭-ସିଓ- ୧୫୭୫) ପିକଅପ୍‌ ଭ୍ୟାନ ରାସ୍ତା କଡକୁ ଓଲଟି

୧୮ ଦିନର ଯାତ୍ରା ପରେ ପତ୍ନୀ ଏବଂ ପୁଅଙ୍କୁ ଭେଟିଲେ ଶୁଭାଂଶୁ

ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନରେ ୧୮ ଦିନର ମିଶନ ପରେ ପୃଥିବୀକୁ ଫେରିଥିବା ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ବୁଧବାର ତାଙ୍କ ପତ୍ନୀ କାମନା ଶୁକ୍ଳା ଏବଂ ଛଅ ବର୍ଷର ପୁଅ କିୟାଶ ଶୁକ୍ଳାଙ୍କୁ ଭେଟିବା ପରେ ଭାବପ୍ରବଣ ହୋଇ ପଡ଼ିଥିଲେ। ଶୁଭାଂଶୁ ଶୁକ୍ଳା ପରିବାର ସହିତ ସାକ୍ଷାତ କରିବାର ଭାବପ୍ରବଣ