ଗଙ୍ଗାଧର ମେହେର ବିଶ୍ଵ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ନିର୍ଯ୍ୟାତନା : ଅଧ୍ୟାପକ ଗିରଫ
ଜିଏମ୍ ବିଶ୍ୱ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ମାମଲା ସାମ୍ନାକୁ ଆସିଛି । ଛାତ୍ରୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ଅଧ୍ୟାପକଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ ।ଏ ନେଇ ସମ୍ପଲପୁର ଏସ୍ପିଙ୍କ ପକ୍ଷରୁ ସ୍ପଷ୍ଟ ହୋଇଛି। ଗିରଫ ଅଧ୍ୟାପକ ଜଣକ ଶିକ୍ଷା ବିଭାଗର ଆସିଷ୍ଟାଣ୍ଡ ପ୍ରଫେସର ଗୋପୀକାନ୍ତ ସୁନା ବୋଲି ଜଣାପଡିଛି। ପୁଲିସ୍ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।ସୂଚନା ଅନୁଯାୟୀ, ୪ ମାସ ତଳେ ବିଶ୍ବବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍ ବିଏଡ୍ ବିଭାଗର ଜଣେ ଛାତ୍ରୀ ଅସଦାଚରଣ ଅଭିଯୋଗ ଆଣିଥିଲେ । ଏଜୁକେସନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଗୋପୀକାନ୍ତ ସୁନା ତାଙ୍କୁ ଅସଦାଚରଣ କରିବା ସହିତ ନିର୍ଯାତନା ଦେଉଥିବା ନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ ସେତେବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ମାତ୍ର ଏଫଏମ୍ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣା ପରେ ତତ୍ପର ହୋଇଛନ୍ତି ସରକାର । ଗୁରୁବାର ଏଜୁକେସନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଗୋପୀକାନ୍ତ ସୁନାଙ୍କୁ ମହିଳା ଥାନା ପୁଲିସ ଗିରିଫ କରି କୋର୍ଟ ଚାଲାଣ କରିଛି ।