ଉତ୍କଳ ପରିବର୍ତନ ଫାଉଣ୍ଡେସନ ଦ୍ୱାରା ସ୍ୱଛତା ଓ ସଚେତନତା କାର୍ଯ୍ୟକ୍ରମ, ଭିର୍ନକ୍ଷମ, ଅସହାୟ ଓ ବୃଦ୍ଧ ବୃଦ୍ଧା ମାନଙ୍କୁ ଉପକରଣ ବଣ୍ଟନ

କୁଜଙ୍ଗ , କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ପଂଚାୟତ ରେ ଥିବା କଲ୍ୟାଣୀ ମଣ୍ଡପ ଠାରେ ସ୍ୱଛତା ଓ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଅଛି, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି କ୍ୟାପଟେନ ତଥା ଡ଼ଃ ସଂଜୀବ ମୁଦୁଲି, ଉପଦେଷ୍ଟା ଭିଜନ କୁମାର ସାର,ଅନ୍ୟ ସଂମାନିତ ଅତିଥି ଗଣ ଉତ୍କଳ ପରିବର୍ତନ ଫାଉଣ୍ଡେସନ ର ଅଧକ୍ଷା ତଥା ମାନବଧିକାର ସଦସ୍ୟ ଶ୍ରୀମତୀ ସୋନୁ ମଲ୍ଲିକ, ଉଚ୍ଚ ନ୍ୟାୟଳୟ ର ବରିଷ୍ଟ ଆଇନୀଜୀବୀ ସୁମନ୍ତ କୁମାର ସ୍ୱାଇଁ, ଫାଉଣ୍ଡେସନ ର ଜଗତସିଂହପୁର ଜିଲ୍ଲା ସଭାପତି ସନ୍ତୋଷ ବେହେରା, ଫାଉଣ୍ଡେସନ ର ରାଜ୍ୟ କମିଟି ର ସଦସ୍ୟ ଓ ସଦସ୍ୟା ଗଣ ହେଲେ ଭାଗ୍ୟଶ୍ରୀ ବେହେରା, ଶୁଭଶ୍ରୀ ବେହେରାଓ ବିଶ୍ୱଜିତ ସେଠି,ଆଦିତ୍ୟ ସ୍ୱାଇଁ,ସଦସ୍ୟ ତଥା ପ୍ରୟାଗ ଖବର ର ଏଡିଟର,ସଭା ର ସଭାପତି ରଜତ ମହାନ୍ତି, ସାମ୍ବାଦିକା ଓ ଫାଉଣ୍ଡେସନ ର ମେମ୍ବର ନିବେଦିତା ସିଂ ଓ ପୁଷ୍ପା ମହାନ୍ତି,ପଂଚାୟତ ର ପ୍ରମୁଖ ତରଣୀ ରାଉତ, ହିରଣ୍ୟ ମାଝୀ,ବରିଷ୍ଟ ସମାଜସେବୀ ନିତ୍ୟାନନ୍ଦ ରାଉତ ପ୍ରମୁଖ ପରିବେଶ, ସ୍ୱାସ୍ଥ୍ୟଓ ସଚେତନ ବିଷୟରେ ଅତିଥି ଗଣ ସ୍ୱାଗତ ଭାଷଣ ଦେଇଥିଲେ,

ମଞ୍ଚରେ ଫାଉଣ୍ଡେସନ ର ଅଧକ୍ଷା ଓ ଅତିଥିଙ୍କ ଦ୍ୱାରା ବୃଦ୍ଧ /ବୃଦ୍ଧାଓ ଭିର୍ନକ୍ଷମ ମାନଙ୍କୁ ସହାୟତା ଉପକରଣ ଓ ଉତ୍ତରୀୟ ଦେଇ ସଂମାନିତ କରାଯାଇଥିଲା,ପରେ ଦେବ ଦୂତ ସଡ଼କ ସୁରକ୍ଷା ବାହିନୀ ର ସଭାପତି ତଥା ବରିଷ୍ଟ ସମାଜସେବୀ ପଙ୍କଜ କୁମାର ତରାଇ /ସାମ୍ବାଦିକ ସନ୍ତୋଷ ବେହେରା / କ୍ୟାପଟେନ ତଥା ଡ଼ଃ ସଂଜୀବ ମୁଦୁଲି ଙ୍କୁ ମାନପତ୍ର ଓ ଉତ୍ତରୀୟ ସହିତ ପୁଷ୍ପ ବୃକ୍ଷ ଦେଇ ମଞ୍ଚରେ ସମ୍ବର୍ଦ୍ଧନା କରାଯାଇଥିଲା,ସାରା ରାଜ୍ୟରେ ଦିନକୁ ଦିନ ମାନବ ସମାଜ ଓ ପରିବେଶ,ରୋଗଗ୍ରସ୍ତ ଓ ଯୁବ ପିଢ଼ି ପ୍ରଥଭଷ୍ଟ ସହିତ ବୃଦ୍ଧ ବୃଦ୍ଧା ମାନେ ଅବହେଳିତ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି ସେଥିପାଇଁ ଏହି ଫାଉଣ୍ଡେସନ ସଦା ସର୍ବଦା ସେମାନଙ୍କର ମୌଳିକ ଅଧିକାର ପାଇଁ ସଂଘର୍ଷ ଜାରିରଖିଛି, ପଂଚାୟତ ରୁ ପ୍ରାୟ ଦେଢ଼ଶାହ ସହରୁ ଉର୍ଦ୍ଧ ବୃଦ୍ଧ ବୃଦ୍ଧା/ ଯୁବପିଢ଼ି ଯୋଗ ଦେଇଥିଲେ, ଏହି କାର୍ଯ୍ୟକ୍ରମ ସଭାକୁ ମଞ୍ଚ ପରିଚାଳନା ଓ ସମ୍ପୂର୍ଣ ଦାଇତ୍ୱ ସାମ୍ବାଦିକ ସନ୍ତୋଷ ବେହେରା ତୁଲାଇଥିଲେ ଓ ସମାଜସେବୀ ତପନ ସାମଲ ସାହାଯ୍ୟ କରିଥିଲେ,ଶେଷରେ କୁଜଙ୍ଗ ରୁ ବାବୁଲି ଚନ୍ଦ୍ର ଦାସ ଙ୍କ ରିପୋର୍ଟ HRTV ଓଡ଼ିଆ