ଏକ ଦିବସୀୟ ମହୁଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଗଣିଆ ( ବିଶ୍ୱରଂଜନ ସେଠି): ଇନଟ୍ରିନସିକ୍ ହୋପ ଫାଉଣ୍ଡେସନ ତରଫରୁ ଛାମୁଣ୍ଡିଆ ପଞ୍ଚାୟତ ବଡ଼ମୂଳସ୍ଥିତ ଆଇ ହୋପ୍ ଫାଉଣ୍ଡେସନ ଅଫିସ୍ ପରିସରରେ ଏକ ଦିବସୀୟ ଉନ୍ନତ ଜ୍ଞାନ କୌଶଳ ପଦ୍ଧତିରେ ମହୁଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଶୁଦ୍ଧ ମହୁ ସଂଗ୍ରହ ପାଇଁ କିଭଳି ଭାବେ ଉନ୍ନତମାନର ମହୁ ଚାଷ କରିବା ସହ ମହୁ ମାଛିଗୁଡିକ କିଭଳି ଖାଦ୍ୟ ସଂଗ୍ରହ ସହ ବିଭିନ୍ନ ସମୟରେ ଏହାର କିଭଳି ଯତ୍ନ ନେବାକୁ ପଡ଼ିବ ସେ ନେଇ ଭୁବନେଶ୍ୱରରୁ ଆସିଥିବା ପ୍ରଶିକ୍ଷକ ଅରୁଣ ମହାନ୍ତି ମହୁଚାଷ ବିଷୟରେ ଶିକ୍ଷା ଦେଇଥିଲେ। ଛାମୁଣ୍ଡିଆ ଏକ ବଣ ଜଙ୍ଗଲ ଘେରା ଅଞ୍ଚଳ ହୋଇଥିବା ବେଳେ ମହୁଚାଷ ପାଇଁ ଏହା ଏକ ପ୍ରକୃଷ୍ଟ ସ୍ଥାନ। ଲୋକ ମାନଙ୍କ ମଧ୍ୟରେ ସଚେତନତାର କରାଇ ଅଧିକରୁ ଅଧିକ ସଫଳ ମହୁଚାଷ କରିବା ସହ ସ୍ଥାନୀୟ ଯୁବକମାନେ କିଭଳି ଆତ୍ମ ନିର୍ଭରଶୀଳ ହୋଇ ପାରିବେ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଫାଉଣ୍ଡେସନର ସମ୍ପାଦକ ସୁଶାନ୍ତ କୁମାର ସାମଲ କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳରୁ ପ୍ରାୟ ୪୦ ଜଣ ଉଦ୍ୟୋଗୀ ଚାଷୀ ଯୋଗ ଦେଇଥିଲେ।