ଜନଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କ ପାଖରେ ଦ୍ବାରସ୍ଥ ହେଲେ ପିତାଗଡିଆ ଗ୍ରାମବାସୀ

ଭଣ୍ଡାରିପୋଖରୀ,୨୩/୦୩:ଆଜି ଭଣ୍ଡାରିପୋଖରୀ ବ୍ଲକ କାର୍ଯ୍ୟାଳୟ ସଭାଗୃହ ମଧ୍ୟରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି।ଏହି ଜନଶୁଣାଣି ଶିବିରରେ ୧୧୭ଟି ଅଭିଯୋଗ ହୋଇଥିବା ଜଣାପଡିଛି, ସେଥି ମଧ୍ୟରୁ ୧୦ ଟିର ତୁରନ୍ତ ସମାଧାନ ହୋଇଥିବା ବେଳେ ୧୦୭ ଟିର ଆଗାମୀ ଦିନରେ ସମାଧାନ ହେବା ନେଇ ପି.ଡି ଶୁଭେନ୍ଦୁ ସାମଲ ଜଣାଇଛନ୍ତି ଏବଂ ବୟାବନାପୂର୍ ପଞ୍ଚାୟତର ଚନ୍ଦ୍ରଭାନୁପୁର୍ ରାଜସ୍ୱ ମୌଜା ଅନ୍ତର୍ଗତ ପିତାଗଡିଆ ଗ୍ରାମରେ ନିମ୍ନମାନର ପେବର୍ ବ୍ଲକ ରାସ୍ତା କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଥିଲା ପଞ୍ଚାୟତ ଅଧିକାରୀ ସମେତ ସହକାରୀ ଯନ୍ତ୍ରୀଙ୍କୁ ତାଗିଦ କରିବା ସହିତ ଏହି ଅଭିଯୋଗ ଟିକୁ ନିଜେ ଶ୍ରୀ ସାମଲ ବୁଝିବେ ବୋଲି ସୂଚନା ପ୍ରଦାନ କରିଛନ୍ତି।୨୦୨୪-୨୫ ଆର୍ଥିକ ବର୍ଷର ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ପେବର୍ ବ୍ଲକ ରାସ୍ତା ନିର୍ମାଣ ପାଇଁ ୩ଲକ୍ଷ୨୭ହଜାର ଟଙ୍କା ପ୍ରଦାନ ହୋଇଥିଲା। ପଞ୍ଚାୟତ ପକ୍ଷରୁ ଏହି ପ୍ରକଳ୍ପର କାର୍ଯ୍ୟାଦେଶ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାମରେ ହୋଇଥିଲା। କିନ୍ତୁ ଦୁଃଖର ବିଷୟ ଯେ ଗ୍ରାମବାସୀ ମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀ କେହି ମଧ୍ୟ ଅଭିଯୋଗକୁ ଶୁଣି ନସୁଣିଲା ପରି କାର୍ଯ୍ୟ କରୁଛନ୍ତି।ଜନଶୁଣାଣୀ ଶିବିରରେ ଦରଖାସ୍ତ ସଂଖ୍ୟା ୪୭/୧୭୨୮ ଜରିଆରେ ଲିଖିତ ଅଭିଯୋଗ କରି ଜିଲ୍ଲାପାଳଙ୍କୁ ଅନୁରୋଧ କରି ଜଣାଇଛନ୍ତି,ଏହି ସମସ୍ୟାକୁ ଅନୁଧ୍ୟାନ କରି ସମାଧାନ କରିବା ପାଇଁ ପିତାଗଡ଼ିଆ ଗ୍ରାମବାସୀ ବୃନ୍ଦ।