ବର୍ତ୍ତମାନର ବଡ ଖବରଟ୍ରାକ୍ଟରକୁ ଧକାଦେଇ ଦୁଇ ଗୁରୁତର ,ଭୁବନେଶ୍ବର ଓ ନୟାଗଡ ସ୍ଥାନାନ୍ତର
ମଙ୍ଗଳବାର ସନ୍ଧ୍ୟାରେ ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ଗୋପାଳପ୍ରସାଦ ବୁଲାଣି ରାସ୍ତାରେ ଟ୍ରାକ୍ଟର ପଛପଟେ ଧକା ଦେଇ ଦୁଇଜଣ ବାଇକି ଆରୋହୀ ଗୁରୁତର ହୋଇଛନ୍ତି l ଗୁରୁତର ଦୁଇଜଣ ହେଲେ ଗଣିଆ ଥାନା କେନ୍ଦୁପଲ୍ଲୀ ଗ୍ରାମର ରାମଚନ୍ଦ୍ର ବେହେରା (୩୬) ଏବଂ ବୁଲୁ ବେହେରା (୩୦) ପ୍ରତେକ୍ଷଦର୍ଶୀ ଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଦୁଇ ବାଇକି ଆରୋହୀ କଣ୍ଟିଲୋ ପଟୁ ଫେରୁଥିବା ବେଳେ ଗୋପାଳପ୍ରସଦ ବୁଲାଣି ରାସ୍ତାରେ ଭାରଶ୍ୟାମ ହରାଇ ଆଗରେ ଯାଉଥିବା ଟ୍ରାକ୍ଟରର ପଛପାଖରେ ଧକା ଦେଇଥିଲେ l ସ୍ଥାନୀୟ ଲୋକେ ଗୁରୁତର ଦୁଇଜଣକୁ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ l ପ୍ରାଥମିକ ଚିକିତ୍ସା ପରେ ରାମଚନ୍ଦ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବାବେଳେ ବୁଲୁଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯଇଛି l
ନୟାଗଡ଼ ରୁ ବିଶ୍ୱରଂଜନ ସେଠିଙ୍କ ରିପୋର୍ଟ HRTV ODIA
