ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ/ବର୍ଷାରାଣୀ ଜେନା ଗଣିଆ ବ୍ଳକ ଟପ୍ପର
ଗଣିଆ-,(ବିଶ୍ୱରଂଜନ ସେଠି.) ଶେଷରେ ଅପେକ୍ଷାର ଅନ୍ତ ଘଟିଲା । ବହୁ ଅପେକ୍ଷା ପରେ ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ଗଣିଆ ବ୍ଳକରେ ମୋଟ ୯ଗୋଟି ଉଚ୍ଚ ବିଦ୍ୟାଳୟରୁ ମୋଟ ୪୩୧ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୪୧୮ଜଣ ଛାତ୍ରଛାତ୍ରୀ ଅର୍ଥାତ ୯୭ ପ୍ରତିଶତ ପାଶ ହାରରେ ଉତୀର୍ଣ୍ଣ ହୋଇଛନ୍ତି । ଗଣିଆ ବ୍ଳକର ପଦ୍ମନାଭ ଉଚ୍ଚ ବିଦ୍ୟାଳୟ, ଆଡ଼କଟାରୁ ୩୩ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ସମସ୍ତ ୨୯ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବାବେଳେ, କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ, ଗଣିଆରୁ ୧୫୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ସମସ୍ତ ୧୫୧ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବାବେଳେ, ରାମଚନ୍ଦ୍ର ପ୍ରାଣବନ୍ଧୁ ବିଦ୍ୟାପୀଠ, ରାସଙ୍ଗରୁ ୫୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ସମସ୍ତ ୫୦ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବାବେଳେ, ଗ୍ରାମପଂଚାୟତ ଉଚ୍ଚ ବିଦ୍ୟାଳୟ, କିଶୋରପ୍ରସାଦରୁ ୪୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ସମସ୍ତ ୪୧ଜଣ ଛାତ୍ରଛାତ୍ରୀ ଶତ ପ୍ରତିଶତ ଉତୀର୍ଣ୍ଣ ହୋଇଥିବାବେଳେ, ଶ୍ରୀ ଶ୍ରୀ ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟରୁ ୪୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ସମସ୍ତ ୪୫ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବାବେଳେ, ଗୁପ୍ତେଶ୍ୱର ବିଦ୍ୟାପୀଠ, ଛାମୁଣ୍ଡିଆରୁ ୪୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ସମସ୍ତ ୪୩ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବାବେଳେ, ରାଜିଙ୍ଗୀ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟ, ରାଜିଙ୍ଗିରୁ ୨୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ସମସ୍ତ ୨୦ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବା ବେଳେ ନାରାୟଣପ୍ରସାଦ ହାଇସ୍କୁଲରୁ ୧୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ସମସ୍ତ ୧୮ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ବଡ଼ସିଲିଙ୍ଗା ଉଚ୍ଚ ବିଦ୍ୟାଳୟରୁ ୨୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସମସ୍ତ ୨୦ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବା ଜଣା ପଡ଼ିଛି । ତେବେ ପଦ୍ମନାଭ ଉଚ୍ଚ ବିଦ୍ୟାଳୟ, ଆଡ଼କଟାର ଛାତ୍ରୀ ବର୍ଷାରାଣୀ ଜେନା ଚଳିତ ମାଟ୍ରିକ ପରୀକ୍ଷାରେ ୫୪୦ ନମ୍ବର ରଖି ବ୍ଳକ ଟପ୍ପର ହୋଇଥିବାବେଳେ ତେବେ ଚଳିତବର୍ଷ ୯୭ ପ୍ରତିଶତ ଫଳାଫଳ ହୋଇଥିବାରୁ ଜନସାଧାରଣଙ୍କ ତରଫରୁ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସଂପୃକ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଧନ୍ୟବାଦ ଦେଉଛନ୍ତି ।