୪୫ତମ ବିଶ୍ୱଶାନ୍ତି ମହାଯଜ୍ଞ ଉଦ୍‌ଯାପିତ

ଗଣିଆ,- (ବିଶ୍ୱରଂଜନ ସେଠି) ଗଣିଆ ବ୍ଳକ ଇନ୍ଦିପଟା ମୌଜାର ଶ୍ରୀ ଶ୍ରୀ ବିଶ୍ୱନାଥ ମହାଦେବଙ୍କ ପୀଠରେ ଚାଲିଥିବା ବିଶ୍ୱଶାନ୍ତି ମହାଯଜ୍ଞ ଗତ ଶୁକ୍ରବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି ।ଏହି ଯଜ୍ଞ ଗତ ମଙ୍ଗଳବାରଠାରୁ ଆରମ୍ଭ ହୋଇ ଏହି ବିଶ୍ୱଶାନ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ପ୍ରଥମ ଦିନରେ ଅଙ୍କୁରା ରୋପଣ, ୨ୟଦିନ ବୁଧବାର ମହାଯଜ୍ଞ ୩ୟଦିନ ଗୁରୁବାର ଅଷ୍ଟପ୍ରହର ନାମଯଜ୍ଞ ଓ ମହାଯଜ୍ଞ ଓ ସେହିପରି ଶୁକ୍ରବାର ଉଦଯାପନୀ ଦିବସରେ ସାତମୌଜା ସଂକୀର୍ତନ ମଣ୍ଡଳୀ ସହିତ ଅପରାହ୍ନ ୪ଘଟିକା ସମୟରେ ପୁର୍ଣ୍ଣାହୁତି କାର୍ଯ୍ୟ ସଂପନ୍ନ ହୋଇଥିଲା । ଏହି ଅବସରରେ ପ୍ରତ୍ୟେହ ସକାଳ ସୂର୍ଯ୍ୟପୂଜା ଓ ପରେ ପଂଚକୁଣ୍ଡୀୟ ଘୃତଯଜ୍ଞ ଓ ଅନ୍ନଦାନ ପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୁର୍ଣ୍ଣାହୁତି ଦିବସରେ ୨ହଜାରରୁ ଅଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଏହି ଯଜ୍ଞ ସାତମୌଜା ଯଜ୍ଞ ପରିଚାଳନା କମିଟି ତରଫରୁ ଦୀର୍ଘ ୪୫ବର୍ଷଧରି ହୋଇ ଅସୁଛି ବୋଲି ଗ୍ରାମବାସୀ ସୁଚନା ଦେଇଛନ୍ତି । ସେହିପରି ଗଣିଆ ବ୍ଳକର ରାଉତପଡ଼ାସ୍ଥିତ ଭୋଳେଶ୍ୱର ମହାଦବଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ ହୋଇଯାଇଛି । ଅନୁରୂପଭାବେ ୨୮ତାରିଖରୁ ଅଙ୍କରାରୋପଣ, ଅଧିବାସ, କଳସଯାତ୍ରା, ଅଷ୍ଟପ୍ରହର ନାମୟଜ୍ଞ, ଓ ଶୁୁକ୍ରବାର ଅପରାହ୍ନରେ ପୁର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା । ଏଥିରେ ଆଖପାଖ ଅଂଚଳର ଶତାଧିକ ଭକ୍ତ ଯୋଗଦାନ କରି ଯଞ୍ଜନାରାୟଣଙ୍କ ଦର୍ଶନ କରି କୃପାଲାଭ କରିଥିଲେ ।