ଶକ୍ତିଶ୍ରୀ’ ଆପ୍‌ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ 

ଜାତୀୟ ଶିକ୍ଷା ନୀତି (NEP-2020)ର କାର୍ଯ୍ୟାନ୍ୱୟନ ନେଇ ସ୍ଥାନୀୟ କନଭେନସନ ସେଣ୍ଟରରେ ଆୟୋଜିତ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଶୈକ୍ଷିକ ପରିବେଶରେ ଏକ ‘ବୈପ୍ଲବିକ ପରିବର୍ତ୍ତନ’ର ଆହ୍ୱାନ ଦେଇଛନ୍ତି।ଉଚ୍ଚ ଶିକ୍ଷା ବିଭାଗରେ କାର୍ଯ୍ୟରତ ମହିଳା କର୍ମଚାରୀ ଓ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶକ୍ତିଶ୍ରୀ ଆପ୍ ଲଞ୍ଚ୍ କରିଛନ୍ତି।ମହିଳା ସଶକ୍ତିକରଣ ପାଇଁ ସରକାରଙ୍କର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଶୈକ୍ଷିକ ବାତାବରଣ ସହ କଲେଜ ଓ ବିଶ୍ଵବିଦ୍ୟାଳୟଗୁଡିକରେ ବିଭାଗର ମହିଳାମାନେ ଏହି ଆପ୍ ମାଧ୍ୟମରେ କୌଣସି ଅଘଟଣର ରିପୋର୍ଟ କରିପାରିବେ। ୨୪×୭ ଏହି ଆଲର୍ଟ ସିଷ୍ଟମ ରହିବ। ଏହି ଆପ୍ଲିକେସନ ମହିଳାମାନଙ୍କ ମନରେ ସାହସିକତା ଭରିବ।