ମଙ୍ଗଳା ଠାକୁରାଣୀଙ୍କ ବାର୍ଷିକ ଉତ୍ସବ ପାଳିତ


ଗଣିଆ,୦୫.୦୩(ପି ଏ ନ୍ ଏସ) ଗଣିଆ ବଜାରରେ ବିରାଜିତ ମା’ ମଙ୍ଗଳା ଠାକୁରାଣୀଙ୍କ ବାର୍ଷିକ ଉତ୍ସବ ଗୁରୁବାର ପାଳିତ ହୋଇଯାଇଛି । ସକାଳୁ ରୀତିନୀତି ଅନୁସାରେ ପୂଜାପାଠ କରାଯିବା ସହିତ ଘୃତଯଜ୍ଞ ହୋଇଥିଲା । ସଂନ୍ଧ୍ୟାରେ ମହିଳା ସଂକୀର୍ତନ ମଣ୍ଡଳୀ କଳାକାରମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ସଂନ୍ଧ୍ୟାରେ ମଙ୍ଗଳା ପୀଠରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏଥିରେ ଗଣିଆ ବଜାରର ସମସ୍ତ ବ୍ୟବସାୟୀମାନେ ଯୋଗାଦନ କରିଥିଲେ । ସନ୍ଧ୍ୟାରେ ଗଣିଆ ସରପଂଚ ଗିରିଧାରୀ ସେଠୀ, ସମିତିସଭ୍ୟ ଫକୀର ମୋହନ ଡାକୁଆଙ୍କ ସମେତ ଗଣିଆ ଅଂଚଳର ଶତାଧିକ ବୁଦ୍ଧିଜୀବି ଠାକୁରାଣୀଙ୍କ ପୀଠରେ ପଂହଚି ଆଶୀର୍ବାଦ ଲାଭ କରିବା ସହିତ ପ୍ରସାଦ ସେବନ କରିଥିଲେ । ଏହି ବାର୍ଷିକ ଉତ୍ସବରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ମା’ ମଙ୍ଗଳା କମିଟି ତରଫରୁ କୁଳମଣି ସାହୁ, , ଚିତରଂଜନ ସାହୁ, ଦାଶରଥି ସାହୁ, ଅଜୟ କୁମାର ଲେଙ୍କା, ପ୍ରଦୀପ ମହାପାତ୍ର, ସନ୍ତୋଷ କୁମାର ଲେଙ୍କା ଙ୍କ ସମେତ ମନ୍ଦିର କମିଟର ସମସ୍ତ ସଭ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ତଳବଜାର ବ୍ୟବସାୟୀମାନଙ୍କ ତରଫରୁ ଦୀର୍ଘବର୍ଷଧରି ମା’ ମଙ୍ଗଳା ଜନ୍ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଆସୁଅଛି ।