ଶିକ୍ଷକ ଜୀବନରେ ଛାତ୍ରଛାତ୍ରୀ ଗଢିବା ଶିକ୍ଷା ପ୍ରଦାନ କରିବା କାମ ନୁହେଁ।
କୋଣାର୍କ:-08/03/2026 ଶିକ୍ଷକ ଜୀବନରେ ଛାତ୍ରଛାତ୍ରୀ ଗଢିବା ଶିକ୍ଷା ପ୍ରଦାନ କରିବା କାମ ନୁହେଁ। ଶିକ୍ଷକ ଶିକ୍ଷା ଅନୁଷ୍ଠାନ ତୋଳିବାରେ ମୁଖ୍ୟ ଭୁମିକାଥିବାରୁ ବିଦାୟ କାଳିନ ସମୟରେ ଗ୍ରାମବାସୀ ଦ୍ବାରା ପ୍ରସ°ସା ସାଉଁଟିବା ଶିକ୍ଷକଙ୍କ ପ୍ରତି ଗ୍ରାମବାସୀ ଙ୍କ ଠାରୁ ଭଲ ପାଇବା ରୁ ହିଁ ଜଣାପଡିଥାଏ। ଆମେ ଦେଖାଉଛୁ କୋଣାର୍କ ଥାନା ଅନ୍ତର୍ଗତ ମହଲପଡା ପଞ୍ଚାୟତ ଓରେଇ ଗାଁର ଜାଗେଶ୍ବରୀ ବିଦ୍ୟାପୀଠ। ଯେଉଁଠି ଆଜି ଦୀର୍ଘ ଦିନ ହେବ ଶିକ୍ଷକତା କରିଆସୁଥିବା ଶିକ୍ଷକ ଜୟନ୍ତ ରାୟଙ୍କ ବିଦାୟ କାଳିନ ସଭାରେ ଶତାଧିକ ପୁରୁଷ, ମହିଳା , ଯୁବକ ,ଯୁବତୀ ଓ ଛାତ୍ରଛାତ୍ରୀ ମାନେ ଏକତ୍ର ହୋଇ ଭୋଜି ଭାତ ସହ ଫୁଲତୋଡା, ଉତରୀ ଦେଇ ବିଦାୟ ଦେଉଥିବା ବେଳେ ମଞ୍ଚ ଉପରେ ଶିକ୍ଷକ ଓ ଅତିଥି ଗଣ ଭୋ ଭୋ ହୋଇ କାନ୍ଦି ପକାଉଥିବାର ଚିତ୍ର ଦେଖାଦେଇଛି।ଗାଁର ସରପଞ୍ଚ ଠାରୁ ଆରମ୍ଭ କରି ଗ୍ରାମବାସୀ ମାନେ ଏକତ୍ର ହୋଇ ଜାଗେଶ୍ବରୀ ବିଦ୍ୟାପୀଠର ଖେଳ ଶିକ୍ଷକ ଙ୍କୁ ଦେଉଛନ୍ତି ବିଦାୟ।ମଞ୍ଚ ଉପରେ ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ବେହେରା, ମୁଖ୍ୟ ଅତିଥି ପ୍ରଭାତ ତରାଇ ରାମକୃଷ୍ଣ ମହାନ୍ତି,ସହ କାକଟପୁର, ଗୋପ, କୋଣାର୍କ ର ଶତାଧିକ ଶିକ୍ଷକ ଉପସ୍ଥିତି ରେ ବିଦାୟ ଦେଲେ ଓରେଇ ଗ୍ରାମବାସୀ।