ସମାଜ ସେବାରେ ପ୍ରାଥମିକ ମାର୍ଗ ଦର୍ଶକ ହେଉଛି ଜାତୀୟ ସେବା ଯୋଜନାବୃକ୍ଷରୋପଣ ସହିତ ସଡ଼କ ସୁରକ୍ଷା ସଚେତନ କଲେ ଛାତ୍ରଛାତ୍ରୀ
ଗଣିଆ (,ବିଶ୍ୱରଂଜନ ସେଠି) ଏକ ସୁସ୍ଥ ସମୃଦ୍ଧ ଓ ସୁଦୃଢ ସମାଜ ଗଠନ ନିମନ୍ତେ ପ୍ରତିଟି ବିଦ୍ୟାର୍ଥୀ ପାଠ୍ୟ ପୁସ୍ତକରୁ ଶିକ୍ଷା ଗ୍ରହଣ କରିବା ସହ ତୃଣମୂଳ ସ୍ତରରେ କିପରି ସମାଜର ହିତପାଇଁ ଏହା ବିନିଯୋଗ ହୋଇପାରିବ ଏଥିପାଇଁ ତତ୍ପର ପ୍ରକାଶ କରିବା ଉଚିତ । ଯେଉଁଥି ପାଇଁ ଜାତୀୟ ସେବା ଯୋଜନା ହେଉଛି ପ୍ରକୃଷ୍ଠ ମାର୍ଗ । ଯାହାକୁ ନେଇ ରବିବାର ଦିନ ଗଣିଆ ବ୍ଳକର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଶ୍ରୀ ଶ୍ରୀ ରଘନାଥ ଜୀଉ ସ୍ନାତକ ମହାବିଦ୍ୟାଳୟରେ ଜାୀୟ ସେବା ଯୋଜନା ଉଦଘାଟିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ପଣ୍ଡାଙ୍କ ତତ୍ୱାବଧାନରେ ପୁରଉଷ ସଂଯୋଜକ ଭଗବାନ ପୃଷ୍ଟି ଓମହିଳା ସଂଯୋଜିକା ଶର୍ମିଳା ଦାଶ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନ କରିଥିଲେ । ଜାତୀୟ ସେବା ଯୋଜନା ଉତ୍କଳ ବିଶ୍ୱ ବିଦ୍ୟାଳୟ ଓ ଶ୍ରୀ ଶ୍ରୀ ରଘୁନାଥ ଜୀଉ ସ୍ନାତକ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନର ମିଳିତ ସହଯୋଗରେ ୭ଦିନ ଧରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ ଏଥିରେ ମହାବିଦ୍ୟାଳୟ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଯାଇଛି ।

ଏହି ଶିବିରରେ ଶିବିରାର୍ଥୀମାନେ ଗଣିଆସ୍ଥିତ ଅଧିକାରୀ ଆଇଟିଆଇ ଠାରୁ ଆରମ୍ଭ କରି ବାଦଭୁଇଁ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ୩୦୦ରୁ ଉଦ୍ଧ୍ୱ୍ର୍ ଜାମୁ, ଆମ୍ବ, ଲିମ୍ବ, ବେଲ, ପଣସ, ଆଦି ଗଛ ରୋପଣ କରାଯିବାପାଇଁ ଲକ୍ଷ ରଖାଯାଇଛି । ଏଥି ସହିତ ବୃକ୍ଷ ରୋପଣ ସଚେତନତା ନିମନ୍ତେ ୧୦ରୁ ଅଧିକ ଗ୍ରାମ ବୁଲି ସଚେତନତା କରାଯାଉଛି । ଏପରିକି ମହାବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟ ତରଫରୁ ୨ଗୋଟି ସ୍ପିଡ ବ୍ରେକର ନୂତନଭାବେ ଗଣିଆ ଥାନା ଏସଆଇ ଶ୍ୟମସୁନ୍ଦର ପ୍ରଧାନ ଉଦଘାଟନ କରିଥିଲେ । ଛାତ୍ରଛାତ୍ରୀମାନେ ବାଇକରେ ଅସୁଥିବା ଆରୋହୀମାନଙ୍କୁ ଅଟକାଇ ଗାଡ଼ି ସ୍ପିଡ ନଚଲାଇବା, ଗାଡ଼ି ଚଲାଇବା ସମୟରେ ହେଲମେଟ ପିନ୍ଧିବା ସହିତ ନିଶାଦ୍ରବ୍ୟ ସେବନ ନକରି ଗାଡ଼ି ଚଲାଇବାପାଇଁ କହି ଚକୋଲେଟ ଦେଇ ସଚେତନ କରିଥିଲେ । କାର ଓ ବସ ଡ୍ରାଇଭରମାନଙ୍କୁ ଗାଡ଼ି ଚଲାଇବା ସମୟରେ ସିଟ ବେଲଟ ପିନ୍ଧିବା ସହିତ ନିଶା ସେବନ କରି ଗାଡ଼ି ନଚଲାଇବାକୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ସହିତ କର୍ମଚାରୀମାନେ ସହଯୋଗ କରିଥିଲେ ।