ବିଜେଡି ଛାଡ଼ିଲେ ଦେବାଶିଷ ସାମନ୍ତରାୟ

ବିଜେଡି ଛାଡ଼ିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ଦେବାଶିଷ ।ରାଜ୍ୟସଭା ଓ ଦଳର ବିଭିନ୍ନ ସଂଗଠନରେ ଦାୟିତ୍ୱ ଦେଇଥିବାରୁ ବିଜେଡି ସଭାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦେବାଶିଷ ।ତେବେ ଦଳରେ ଅବହେଳା କରାଯାଉଥିବା ଅଭିଯୋଗ ଆଣିଛନ୍ତି ସାଂସଦ । ଦଳ ମୋ ସେବା ଆଉ ଚାହୁଁନାହିଁ ବୋଲି ଅନୁଭବ କରି ଦଳ ଛାଡିଲି ବୋଲି ଚିଠିରେ ଦର୍ଶାଇଛନ୍ତି ଦେବାଶିଷ । ତେବେ ପୂର୍ବରୁ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଦେବାଶିଷ ବିଭିନ୍ନ କାରଣରୁ ଅସ‌ନ୍ତୁଷ୍ଟ ଥିଲେ। ନବୀନ ଓ ତାଙ୍କ ମଧ୍ୟରେ ଦୂରତା ସୃଷ୍ଟି କରାଯାଇ ଆସୁଥିଲା। ତାଙ୍କର ଅନୁଗତମାନଙ୍କୁ ଦଳରେ ଗୁରୁତ୍ବ ଦିଆଯାଉ ନ ଥିଲା। ଏମିତିକି ତାଙ୍କୁ ଯେଉଁ ବରିଷ୍ଠ ଉପସଭାପତି (ବରିଷ୍ଠ ନାଗରିକ) ପଦ ଦିଆଯାଇଥିଲା, ତାହାକୁ ଦେବାଶିଷ ପ୍ରତ୍ୟାଖ୍ୟାନ କରିଥିଲେ। ଗତ କିଛି ମାସ ‌ହେଲା ଦେବାଶିଷ ବି ଦଳ ଭିତରେ ଘଟୁଥିବା ପରିବର୍ତ୍ତନ ସଂପର୍କରେ କୌଣସି ଟୀକା ଟିପ୍ପଣୀ ଦେବାରୁ ନିଜକୁ ଦୂରେଇ ରଖୁଥିଲେ।