ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ତିନିରଥର ଚଉଦ ନାହାକାର ନିର୍ମାଣ କାର୍ଯ୍ୟ ଶେଷ

ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ତିନିରଥର ଚଉଦ ନାହାକାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଗରଗରାର ବିନ୍ଧ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ତିନିରଥର ପାଞ୍ଚ ଦଣ୍ଡା ନିର୍ମାଣ ଅନୁକୂଳ ପୂଜା ପରେ ଚଉପଟ କାର୍ଯ୍ୟ ଆରମ୍ଭ ହେବ। ନନ୍ଦିଘୋଷର ଗରଗରା ଚଉପଟ ହୋଇ ସାଇତା ରହିଛି । ଚକ ଅଖ ସଂଯୋଗ ହୋଇ ଦଣ୍ଡା ପଡ଼ିବ । ଦଣ୍ଡା ଉପରେ ଗରଗରା ରହିବ । ଏଣୁ ଦଣ୍ଡା ରହିଲା ପରେ ଯେଉଁ ମାପ ଆସିବ ସେହି ଅନୁସାରେ ନନ୍ଦିଘୋଷ ଗରଗରାରେ ବିନ୍ଧ ହେବ । ଦେବଦଳନର ଅଖ ନିର୍ମାଣ ଶେଷ ହୋଇଛି । ଏହାର ୬ଟି ଅଖରୁ ସାନଉଛୁଳା ଅଖ ଦୁର୍ବଳ ପଡ଼ିବାରେ ଆଉ ଥରେ ତିଆରି ହୋଇ ଆଜି ସରିଛି । ତାଳଧ୍ୱଜର ୭ ଅଖ ନିର୍ମାଣ ଶେଷ ସହ ରଥତ୍ରୟର ୨୧ ଅଖ ନିର୍ମାଣ ସରିଲା । କରତି ସେବକମାନେ ପୋଲ ଗୟଳ ନିର୍ମାଣ ଜାରି ରଖିଛନ୍ତି ।ରଥ ଖଳା ପାର୍ଶ୍ୱରେ କରତୀ ସେବକ ମାନେ ପୋଲ ଗୟଳର ଚିରଟ କାର୍ଯ୍ୟ ଜାରି ରଖିଛନ୍ତି। ସେପଟେ ରୂପକାର ସେବକ ମାନେ ତିନି ରଥର ସାଲ ଗୁଜ ରେ ନୃସିଂହ ରୂପ ଖୋଦେଇ ସହ ପଲିସ୍ ତଥା ଅଳଙ୍କାର ପକା କାର୍ଯ୍ୟ ଶେଷ କରିଛନ୍ତି।