ସର୍ଭାଇଭର ନେଟୱାର୍କସଚେତନତା ବୈଠକ
ବିଶ୍ୱ ଯୁବ କେନ୍ଦ୍ର ଦ୍ୱାରା ପରିଚାଳିତ ଆକ୍ସେସ ଟୁ ଜସ୍ଟିସ ପ୍ରକଳ୍ପ ମାଧ୍ୟମରେ ବାଲ୍ୟ ବିବାହ ରୋକା ହୋଇଥିବା ଝିଅ ଓ ସେମାନଙ୍କ ଅଭିଭାବକ ମାନଙ୍କୁ ନେଇ ଏକ *ସର୍ଭାଇଭର ନେଟୱାର୍କ ସଚେତନତା ବୈଠକ ଅନୁଷ୍ଠିତ ହେଇଯାଇଅଛି ।ବିଶ୍ୱ ଯୁବ କେନ୍ଦ୍ର ର ନିର୍ଦେଶକ ମନୋଜ କୁମାର ମହାପାତ୍ର ଓ କୋଷାଧ୍ୟକ୍ଷା ଭାରତୀ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ପିଲା ମାନଙ୍କୁ ଶିଶୁ ଅଧିକାର ,ଶିଶୁ ଚାଲାଣ, ଶିଶୁ ନିର୍ଯ୍ୟାତନା ସମ୍ବନ୍ଧୀୟ ଆଇନ ଗତ ବ୍ୟବସ୍ତା ବାଲ୍ୟ ବିବାହ ନିଷେଧ ଆଇନ୍, ଶିଶୁ ସୁରକ୍ଷା କମିଟିର ଭୂମିକା, କିଶୋରୀ ଓ ପ୍ରଜନନ ସ୍ୱାସ୍ଥ୍ୟ ବିଷୟରେ ଅଭିଭାବକ ଓ ପିଲା ମାନଙ୍କୁ ଅବଗତ କରାଇଥିଲେ | ବ୍ୟକ୍ତିଗତ ଭାବେ ସବୁ ପୀଡିତା ଓ ଅବିଭାବକ ମାନଙ୍କ ସହିତ ସଂକ୍ଷେପରେ କେସ ବିଷୟରେ ଆଲୋଚନା କରାଯାଇଥିଲା ଏବଂ ଆଇନ ଗତ ସମସ୍ୟା ବିଷୟରେ ମଧ୍ୟ ଆଲୋଚନା ହେଇଥିଲା | ବିଶ୍ୱ ଯୁବ କେନ୍ଦ୍ର ର କୋଷାଧ୍ୟକ୍ଷ କିଶୋରାବସ୍ଥାରେ ଶାରୀରିକ ପରିବର୍ତ୍ତନ, ହର୍ମୋନର ପରିବର୍ତ୍ତନ, ମାସିକ ଋତୁସ୍ରାବ ସମ୍ପର୍କିତ ସଚେତନତା,ବାଲ୍ୟ ବିବାହର କୁପ୍ରଭାବ,
ଯୌନ ସଂକ୍ରାମିତ ରୋଗ, ଏଡ୍ସ ଉପରେ ପୁଙ୍କାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ପ୍ରଜନନ ସ୍ୱାସ୍ଥ୍ୟ ମାନେ କେବଳ ରୋଗ ନଥିବା ଅବସ୍ଥା ନୁହେଁ, ବରଂ ଶାରୀରିକ, ମାନସିକ ଓ ସାମାଜିକ ଭାବେ ସୁସ୍ଥ ଅବସ୍ଥାକୁ ବୁଝାଏ। ଏହା ପୁରୁଷ ଓ ନାରୀ ଉଭୟଙ୍କ ପାଇଁ ସମାନ ଭାବେ ଜରୁରୀ। ପରିଶେଷରେ ସମସ୍ତ ପୀଡିତାଙ୍କୁ ବିଶ୍ୱ ଯୁବ କେନ୍ଦ୍ର ତରଫରୁ ନୀତି ଦିନିଆ ଉପହାର କୀଟ ପ୍ରଦାନ କରାଯଇଥିଲା | ଏହି କାର୍ଯ୍ୟକ୍ରମକୁ ବିଶ୍ୱ ଯୁବ କେନ୍ଦ୍ରର ଅଭିଷେକ ମହାପାତ୍ର, ପ୍ରକଳ୍ପ ସଂଯୋଜିକା ପୂଜା ସ୍ୱାଇଁ, ଦୀପି ଦେହୁରୀ, ପପି ଦେହୁରୀ ସହଯୋଗ କରିଥିଲେ |
