ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ଗୋ ଅଭୟାରଣ୍ୟ ଘୋଷଣା ଦାବିରେ ବୈଠକ
ଗଣିଆ – ଗଣିଆ ବ୍ଳକର ଘଞ୍ଚ ଜଙ୍ଗଲ, ପାହାଡ ଘେରା ଅନୁସୂଚିତ ଜନଜାତି ବାଇଶିପଲି ନାମରେ ପରିଚିତ ବଡସିଲିଂଙ୍ଗା ପଞ୍ଚାୟତର ପ୍ରତ୍ୟେକ ଗ୍ରାମର ବୁଦ୍ଧିଜୀବୀ ପୁରୁଷ, ମହିଳା ଯୁବକ ମାନଙ୍କୁ ନେଇ ବ୍ୟାଘ୍ର ସଂରକ୍ଷଣଙ୍କୁ ପରିବର୍ତ୍ତନ କରାଯାଇ ଗୋମାତା ଅଭାୟରଣ୍ୟ କରିବା ପାଇଁ ଧୂଆପାଜୁ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ପୂର୍ବତନ ସରପଞ୍ଚ ଶତୃଘ୍ନ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ଅଧିକାର ଉପରେ ଆଧାରିତ ଜଙ୍ଗଲ ଓ ପରିବେଶ ସୁରକ୍ଷା ଲୋକ ମାନଙ୍କର ର୍ମୌଳିକ ସମସ୍ୟା ତଥା ରାସ୍ତା ଘାଟ,ପାନୀୟ ଜଳ,ଟେଲିକମ ସେବା, ପରିଶେଷରେ ବାଘ ସଂରକ୍ଷଣ ପ୍ରକଳ୍ପ ଦ୍ୱାରା ଜନସାଧାରଣଙ୍କ ବିଭିନ୍ନ ସମସ୍ୟା , ଭିଟା ମାଟି ହରାଇବା ସମ୍ପର୍କରେ ଆଲୋଚନା କରାଯାଇଥିଲା l ବହୁ ଆଲୋଚନା ପରେ ସର୍ବ୍ ସମ୍ମତି କ୍ରମେ ବାଘ ସଂରକ୍ଷଣଙ୍କୁ ପରିବର୍ତ୍ତନ କରାଯାଇ ଗୋ ମାତା ଅଭୟାରଣ୍ୟ କରିବା ପାଇଁ ସରକାରକୁ ଲିଖିତ ଅଭିଯୋଗ କରିବା ପାଇଁ ସ୍ଥିର କରାଯାଇ ମାନବ ଜାତି ପାଇଁ ଗୋ ମାତାର ଅତୁଳନୀୟ ଅବଦାନ ଯାହାକି ଜୀବିତ ଓ ମୃତ୍ୟୁ ପରେଗୋ ମାତା ବ୍ୟତୀତ ଅନ୍ୟ କୌଣସି ପ୍ରାଣୀ ମାନଙ୍କ ଠାରୁ ମିଳି ପାରିବ ନାହିଁ ବୋଲି ତଥ୍ଯ ଭିତିକ ପ୍ରମାଣ ସହ ଦସ୍ତଖତ ସଂଗ୍ରହ ଅଭିଯାନ କରାଯାଇଥିଲା l ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ, ମହାମହିମ ରାଷ୍ଟ୍ରପତି, ଓଡିଶା ର ମୁଖ୍ୟମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀଙ୍କୁ ଦରଖାସ୍ତ ଦେବାପାଇଁ ଆଲୋଚନା କରାଯାଇଥିଲା lଏହି ବୈଠକରେ ମୁଖ୍ୟ ଅତିଥି ଭାବେ ସେକେଣ୍ଡ ଫ୍ରିଡମ୍ ଫାଇଟର୍ ଆବାହକ ଓ ସଂସ୍ଥାପକ ଆଇନଜୀବୀ ପ୍ରିୟ ରଞ୍ଜନ ମିଶ୍ର, ବରିଷ୍ଠ ଅଧିବକ୍ତା କୃଷ୍ଣ ପ୍ରସାଦ ଦାସ, ବକ୍ତା ଭାବେ ସର୍ବ ଭାରତୀୟ ସାଧୁ ସନ୍ଥ ସମ୍ମିଳନୀ ର ସଂଗଠକ କୃଷ୍ନ ମହାରାଜ, ମାର୍ଗଦର୍ଶକ ଭାବେ ଜଗନ୍ନାଥ ଦଳର ପ୍ରତିଷ୍ଠାତା ଗୋ ସେବକ ଲଳିତ ନାରାୟଣ ଦାସ୍ ପ୍ରଭୁତି ଯୋଗ ଦେଇଥିଲେ l ଏହି ବୈଠକକୁ ସୁମନ୍ତ ନାଏକ, ଲମ୍ବୋଦର ନାଏକ, ଶୈବ ମନ୍ଦିର ସଭାପତି ନବ କିଶୋର ମାଝୀ, ହୃଦାନନ୍ଦ ନାୟକ ପରିଚାଳନା କରିଥିବା ବେଳେ ସମାଜସେବୀ ସୁରେନ୍ଦ୍ରନାଥ ନାଏକ ଅତିଥି ପରିଚୟ ପ୍ରଦାନ କରି ଥିଲେ l ପରି ଶେଷରେ ଗୋ ମାତା କି ଜୟ ନାରା ଦେଇ ୱାର୍ଡ ମେମ୍ବର ଦାମ ନାୟକ ଧନାବାଦ ଦେଇଥିଲେ l
ନୟାଗଡ଼ ରୁ ବିଶ୍ୱରଂଜନ ସେଠିଙ୍କ ରିପୋର୍ଟ HRTV ODIA