ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ର ବିଭିନ୍ନ ସ୍କୁଲ କଲେଜ୍ ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l
ଛେଣ୍ଡିପଦା ବ୍ଲକ, କୁକୁରୋପେଟl, ପଡ଼ାପଡ଼ା , ବାପୁଜି କଲେଜ୍ ସ୍କୁଲ ଠାରେ ବିଶ୍ୱ ଯୁବ କେନ୍ଦ୍ର ବାନିନାଲି ଅନୁଗୋଳ ଦ୍ୱାରା ପରିଚାଳିତ ଜଷ୍ଟ ରାଇଟ ଫର୍ ଚିଲ୍ଡରେନ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ଶିକ୍ଷକ, କିଶୋର, କିଶୋରି ଉପସ୍ଥିତ ଥିଲେ l

ଶିଶୁ ଙ୍କୁ ନିଜର ଅଧିକାର ରୁ ବଞ୍ଚିତ କରି ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଶିଶୁ ଯୌନ ନିର୍ଯାତନା, ତଥା ଜୀବନ ପ୍ରତି ବିପଦ ସଙ୍କୁଳନ କାର୍ଯ୍ୟ ରେ ନିୟୋଜିତ ତଥା ଏହାର ଭୟାବହତା ଉପରେ ଆଲୋଚନା କରାଯାଇଥିଲା l ବାଲ୍ୟ ବିବାହ ତଥା ଶିଶୁ ଙ୍କୁ ଶ୍ରମରେ ନିୟୋଜିତ କରୁଥିବା ଲୋକଙ୍କ ପାଇଁ ଭାରତୀୟ ଆଇନ୍ ଅନୁଯାୟୀ ବାଲ୍ୟ ବିବାହ ର ଦଣ୍ଡ ବିଧାନ ଓ ନିୟମାବଳୀ ଏବଂ ପ୍ରତ୍ୟକ୍ ଶିଶୁ ର ଚାରୋଟି ପ୍ରାଥମିକ ଅଧିକାର ବିଷୟରେ ଆଲୋଚନା କରାଯାଇଥିଲା l ବିଶ୍ୱ ଯୁବ କେନ୍ଦ୍ର ର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁ ଙ୍କ ତତ୍ଵା ବଧାନ ରେ ପ୍ରକଳ୍ପ ସହଯୋଗୀ ସୁନୀତା ମାଝୀ ସଭା ପରିଚାଳନା କରିଥିଲେ