ଭାରତରତ୍ନ ସିଏନଆର ରାଓଙ୍କୁ SIR ନୋଟିସ୍
ଭାରତରତ୍ନ ପୁରସ୍କାର ବିଜେତାଙ୍କୁ ଏସଆଇଆର ନୋଟିସ୍ । କର୍ଣ୍ଣାଟକରେ ଚାଲିଥିବା ଏସଆଇର ଜରିଆରେ ଭାରତରତ୍ନ ବିଜେତା ବୈଜ୍ଞାନିକ ପ୍ରଫେସର ସିଏନଆର ରାଓଙ୍କୁ ନୋଟିସ୍ ହୋଇଛି ।କର୍ଣ୍ଣାଟକର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ତାଙ୍କ ନାମ ପୁରୁଣା ତାଲିକାରେ ପ୍ରଫେସର ସିଏନଆର ରାଓ (Prof CNR Rao) ଥିବାବେଳେ, ନୂଆ ରେକର୍ଡରେ ‘Proff CNR Rao’ ରହିଛି।ଗୋଟିଏ ଅତିରିକ୍ତ ‘f’ ଜନିତ ତ୍ରୁଟି ପାଇଁ ବ୍ୟକ୍ତିଗତ ହାଜର ନୋଟିସ୍ । କର୍ଣ୍ଣାଟକ ମାଲେଶ୍ବରମ ସ୍ଥିତ IISCରେ ହାଜର ହୋଇ ତଥ୍ୟ ରଖିବାକୁ ନୋଟିସରେ କୁହାଯାଇଛି । କିନ୍ତୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ତାଙ୍କୁ କୌଣସି ସିଧାସଳଖ ନୋଟିସ୍ ହୋଇନାହିଁ । କିନ୍ତୁ ୱେବସାଇଟରେ ନୋଟିସ୍ ଦେଖିବାକୁ ମିଳିଛି । ଦେଶର ତୃତୀୟ ବୈଜ୍ଞାନିକ ଭାବେ ୨୦୧୪ରେ ‘ଭାରତରତ୍ନ’ ପାଇଥିଲେ ସିଏନଆର ରାଓ ।୧୯୩୪ରେ ବେଙ୍ଗାଲୁରୁରେ ଜନ୍ମିତ ସିଏନଆର୍ ରାଓ ରସାୟନ ବିଜ୍ଞାନରେ ଅସାଧାରଣ ଅବଦାନ ପାଇଁ ବିଶ୍ୱବ୍ୟାପୀ ସମ୍ମାନ ପାଇଛନ୍ତି। ତେବେ ଏସଆଇଆର ସମୟରେ ଭାରତର ଜଣେ ପ୍ରଖ୍ୟାତ ବୈଜ୍ଞାନିକ ରାଓଙ୍କୁ କର୍ତ୍ତୃପକ୍ଷଙ୍କ ନିକଟରେ ହାଜର ହୋଇ ନିଜର ପରିଚୟ ପ୍ରମାଣ କରିବାକୁ କୁହାଯାଇଛି । ବେଙ୍ଗାଲୁରୁର ବାସବନାଗୁଡ଼ିରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ରାଓ ଦେଶର ସମ୍ମାନିତ ବୈଜ୍ଞାନିକମାନଙ୍କ ମଧ୍ୟରେ ପରିଗଣିତ । ଅନ୍ୟପକ୍ଷରେ ପ୍ରଖ୍ୟାତ ବୈଜ୍ଞାନିକ ରାଓଙ୍କ ତରଫରୁ ଏକ ବିବୃତ୍ତି ଜାରି କରାଯାଇଛି ଯେ ସେ ଏପର୍ଯ୍ୟନ୍ତ କୌଣସି ନୋଟିସ୍ ପାଇ ନାହାଁନ୍ତି । ଏହି ବିଜ୍ଞପ୍ତି ନିର୍ବାଚନ ଆୟୋଗଙ୍କ ୱେବସାଇଟରେ ଦୃଶ୍ୟମାନ ହେଉଛି । ସେ କହିଛନ୍ତି, “ଏ ସମ୍ପର୍କରେ ଆମର ଏପର୍ଯ୍ୟନ୍ତ ସ୍ପଷ୍ଟତା ନାହିଁ ।