26 ନଂ ଜାତୀୟ NH ନବରଙ୍ଗପୁରରେ ମାଳ ମାଳ ଗାଈଗୋରୁ: ଅସ୍ତବ୍ୟସ୍ତ ଜନଜୀବନ, ବଢୁଛି ଦୁର୍ଘଟଣା ଆଶଙ୍କା
ନବରଙ୍ଗପୁର: ଜାତୀୟ ରାଜପଥ ଉପରେ ମାଳ ମାଳ ଗାଈଗୋରୁ। ରାସ୍ତା ମଝିରେ ଗୋରୁଙ୍କ ଅବାଧ ଚଳାଚଳ ଯୋଗୁଁ ଯାତାୟାତ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦିନ ହେଉ କି ରାତି, 26 ନମ୍ୱର ଜାତୀୟ NH ଉପରେ ଗୋରୁଙ୍କ ଭିଡ଼ ଦେଖିବାକୁ ମିଳୁଛି।
ରାସ୍ତା ଉପରେ ହଠାତ୍ ଗାଈଗୋରୁ ଚାଲି ଆସୁଥିବାରୁ ଦୁଇଚକିଆ ଓ ଚାରିଚକିଆ ଯାନ ଚାଳକମାନେ ଅସୁବିଧାରେ ପଡ଼ୁଛନ୍ତି। ବିଶେଷକରି ରାତି ସମୟରେ ଗୋରୁଗୁଡ଼ିକ ରାସ୍ତା ମଝିରେ ବସି ରହୁଥିବାରୁ ଦୁର୍ଘଟଣାର ଆଶଙ୍କା ଆହୁରି ବଢ଼ିଯାଉଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଗୋରୁଙ୍କୁ ରାସ୍ତାରେ ଛାଡ଼ି ଦିଆଯାଉଥିବାରୁ ଏଭଳି ସମସ୍ୟା ଦିନକୁ ଦିନ ଗମ୍ଭୀର ହେଉଛି। ଏହା ଯୋଗୁଁ ଯାତ୍ରୀ ଓ ଗାଡ଼ି ଚାଳକମାନେ ଭୟଭୀତ ହୋଇ ଯାତାୟାତ କରୁଛନ୍ତି।
ଯେକୌଣସି ସମୟରେ ଘଟିପାରେ ବଡ଼ ଦୁର୍ଘଟଣା। ତେଣୁ ରାଜପଥରୁ ଗାଈଗୋରୁଙ୍କୁ ହଟାଇବା ସହ ଏଭଳି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।