ଓରାଙ୍ଗଉଟାନକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରତିକ୍ରିୟା। ଦୃଢ ଆକ୍ସନ ନେବୁ
ଭୋଗରାଇରୁ ୫ ଓରାଙ୍ଗଉଟାନ୍ ଶାବକ ଉଦ୍ଧାର ଘଟଣା । ଆକ୍ସନ ମୋଡରେ କ୍ରାଇମବ୍ରାଞ୍ଚ । ସ୍ପେଶାଲ ଟାକ୍ସ ଫୋର୍ସର ୫ଜଣିଆ ଟିମ୍ ବାଲେଶ୍ୱରରେ ତନଘନା କରୁଛନ୍ତି । ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ଛାନଭିନ୍ ଜାରି ରହିଛି । ଉଦ୍ଧାର ହୋଇଥିବା ସ୍ଥାନରୁ ବିଭିନ୍ନ ଦିଗକୁ ଯାଇଥିବା ରାସ୍ତାରେ ଲାଗିଥିବା ୧୭୦ ସିସିଟିଭି ଯାଞ୍ଚ କରିଛି STF ଟିମ୍ । ଏହାସହିତ ସନ୍ଦିଗ୍ଧ ଥାର ଗାଡି ସହିତ ଆହୁରି ଅନେକ ଗାଡିର ଗତିବିଧି ଉପରେ ନଜର ରଖାଯାଇଛି । STFକୁ ବନ ବିଭାଗ, ସ୍ଥାନୀୟ ପୋଲିସ ତଦନ୍ତକାରୀ ଦଳକୁ ସହଯୋଗ କରୁଛନ୍ତି | ତେବେ ଓରାଙ୍ଗଉଟାନକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି, ଚାଲାଣରେ ଯିଏ ସମ୍ପୃକ୍ତ ଥିବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗୋଟେ ଗୋଟେ ଗାଡି ଆସି ୧୫ ମିନିଟ ରହି ପଳେଇଲା , ତଦନ୍ତ ଚାଲିଛି । ସ୍ଥାନୀୟ ଲୋକଙ୍କୁ ପଚରା ଯାଉଛି । ଗାଁ ଲୋକଙ୍କ ବି ସାହାଯ୍ୟ ନିଆଯାଉଛି । ନ୍ୟାସନାଲ ଜୁ ଅଥରିଟିକୁ ଚିଠି ଲେଖା ଯାଇଛି, ସେମାନେ ଆସିବେ । ଏଠିକାର ପାଣିପାଗ ତଦାରଖ କରିବା ପରେ ନିଷ୍ପତ୍ତି ନିଆଯିବ । ଓରାଙ୍ଗଉଟାନ ଏଠି ରହିଲେ ନନ୍ଦନକାନନର ଶୋଭା ବଢିବ ।