ଆଜି “ବିଶ୍ୱ ସାଇକେଲ ଦିବସ”
ପ୍ରତିବର୍ଷ ଜୁନ୍ ୩ ତାରିଖରେ ‘ବିଶ୍ୱ ସାଇକେଲ୍ ଦିବସ’ ସାରା ବିଶ୍ୱରେ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ସାଇକେଲ୍ର ଗୁରୁତ୍ୱକୁ ବର୍ଣ୍ଣନା କରି ସ୍ୱାସ୍ଥ୍ୟ ଏବଂ ପରିବେଶର ଉପକାରିତା ବିଷୟରେ ଲୋକଙ୍କୁ ଅବଗତ କରାଇବା।ମିଳିତ ଜାତିସଂଘର ସାଧାରଣ ସଭା ଜନ ସଚେତନତା ସୃଷ୍ଟି କରିବା ପାଇଁ ୨୦୧୮ରେ ‘ବିଶ୍ୱ ସାଇକେଲ ଦିବସ’ ପାଳନ କରିବା ଆରମ୍ଭ କରିଥିଲା।ସମୟ ଗଡିବା ସହିତ ବିଭିନ୍ନ ସ୍ଥାନରେ ସାଇକେଲ କ୍ଳବ, ସାଇକେଲ ରେସିଂ ଓ ଟୁରିଂର ଆୟୋଜନ କରାଗଲା, ଯାହା ସାଇକେଲକୁ ଅଧିକ ଲୋକପ୍ରିୟ କରୁଛି । ସମୟ ସହ ତାଳ ଦେଇ ସାଇକେଲରେ ଅନେକ ପରିବର୍ତ୍ତନ ଆସିଛି । ରେସିଂ ସାଇକେଲର ସ୍ପିଡ୍ କୌଣସି ଇନ୍ଧନ ଚାଳିତ ଗାଡିଠାରୁ କମ୍ ନୁହେଁ । ଆଜି ଭଳି ଦିନରେ ସାଇକେଲ ଏକ ଫ୍ୟାସନରେ ପରିଣତ ହୋଇଛି ।। ଦିନ ଥିଲା ସାଇକେଲ ଗରୀବର ଲୋକର ବନ୍ଧୁଥିଲା କିନ୍ତୁ ଏବେ ଏହା ବଡଲୋକର ଯାନ ପାଲଟିଛି । ଆଗ ଅପେକ୍ଷା ଅନେକ ଭିନ୍ନ ଭିନ୍ନ ଵ୍ରାଣ୍ଡର ସାଇକେଲ ଏବେ ହାତ ପାହାନ୍ତାରେ ମିଳୁଛି ।
ଦିନ ଥିଲା ରାଲେ, ଆଟଲାସ ଏବଂ ହିରୋ ପରି କିଛି କମ୍ପାନୀ ନିଜ ସାଇକେଲ ବ୍ରାଣ୍ଡ ଭାବେ ଲୋକ ମାନଙ୍କ ମଧ୍ୟରେ ଛାପ ସୃଷ୍ଟି କରିଥିଲେ । କିନ୍ତୁ ଏବେ ବିଶ୍ୱର ନାମୀ ଦାମୀ କମ୍ପାନୀର ସାଇକେଲ ଏବେ ହାତ ପାହନ୍ତରେ ମିଳି ପାରୁଛି । ମିଳିତ ଜାତିସଂଘ ଅନୁଯାୟୀ ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ବିଶ୍ୱର ବିଭିନ୍ନ ଦେଶକୁ ବିଭିନ୍ନ ବିକାଶମୂଳକ ରଣନୀତି ଉପରେ ଧାରଣା ଦେବା ଏବଂ ଆନ୍ତର୍ଜାତୀୟ, ଜାତୀୟ, ଆଞ୍ଚଳିକ ବିକାଶ ନୀତି ଏବଂ କାର୍ଯ୍ୟକ୍ରମରେ ସାଇକେଲକୁ ସାମିଲ୍ କରେଇବା ନେଇ ପ୍ରୋତ୍ସାହିତ କରିବା।