ଗୁରୁତର ନିସ୍ପାପ ବୃଷଭ ଙ୍କ ଚିକିତ୍ସା ପାଇଁ ଆଗେଇ ଆସିଛି ଓଡ଼ିଶାର ଅଗ୍ରଣୀ ସାମାଜିକ ସଙ୍ଗଠନ
ଗୁରୁତର ନିସ୍ପାପ ବୃଷଭ ଙ୍କ ଚିକିତ୍ସା ପାଇଁ ଆଗେଇ ଆସିଛି ଓଡ଼ିଶାର ଅଗ୍ରଣୀ ସାମାଜିକ ସଙ୍ଗଠନ ମାରୁତି ସେନା, ଆଜି ଢ଼େଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ୍ ଅନ୍ତର୍ଗତ ଷଡ଼ଙ୍ଗୀ ଅଞ୍ଚଳ ରେ, ଏକ ବୃଷଭ ଛଟ ପଟ ହେଉଥିବା ଦେଖି ସ୍ଥାନୀୟ ମାରୁତି ସେନା ସଦସ୍ୟ ସମୀର ଓଝା, ତୁରନ୍ତ ସଙ୍ଗଠନ ମାରୁତି ସେନା ଢ଼େଙ୍କାନାଳ ଜିଲ୍ଲା ସଭାପତି ଙ୍କୁ ଖବର ଦେଲେ, ସୂଚନା ପାଇ ଜିଲ୍ଲା ସଭାପତି ଅନ୍ୟ ସଦସ୍ୟ ମାନଂକୁ ଏକାଠି କରି, ପଶୁ ଡ଼ାକ୍ତର ଙ୍କୁ ଡକାଇ, ବୃଷଭ ଙ୍କ ଚିକିତ୍ସା କିପରି ଭାବେ କରାଯିବ ସେ ବନ୍ଦୋବସ୍ତ ଜାରି ରଖିଛନ୍ତି, ବୃଷଭ ଟି କ୍ଷତ ବିକ୍ଷତ ଅବସ୍ଥାରେ ଥିଲା, ପ୍ରଚୁର ଦୁର୍ଗନ୍ଧ ବାହାରୁଥିବା ସହିତ ମେଞ୍ଚା ମେଞ୍ଚା ପୋକ ହୋଇ ଯାଇଛି, ତେଣୁ ସଙ୍ଗଠନ ପକ୍ଷରୁ, ପଶୁ ଡ଼ାକ୍ତର ଙ୍କ ସହାୟତା ରେ, ଭଳ ଭାବେ ଡ୍ରେସିଂ, ଇଞ୍ଜେକସନ, ଓ ପୋକ ଗୁଡ଼ିକୁ କାଢିବା ସହିତ ଅନ୍ୟାନ୍ୟ ଆବଶକିୟ ଜରୁରୀ ଚିକିତ୍ସା ଜାରି ରହିଛି, ବୃଷଭ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କର ଜରୁରୀ ଚିକିତ୍ସା ସ୍ଥାନୀୟ ସଦସ୍ୟ ମାନଙ୍କୁ ଲଗାଇ ନିୟମିତ ଭାବେ ଦାୟିତ୍ଵ ନିଆ ଯିବ ବୋଲି କହିଛନ୍ତି ସଙ୍ଗଠନ ମାରୁତି ସେନା ଜିଲ୍ଲା ସଭାପତି ବିକାଶ ଚନ୍ଦ୍ର ବେହେରା, ଅନ୍ୟ ମାନଂକ ମଧ୍ୟରେ, ସମୀର କୁମାର ଓଝା, ଜଗବନ୍ଧୁ ରାଉତ୍, ସୂର୍ଯ୍ୟକାନ୍ତ ସାମଲ, ଚିନ୍ମୟ ଖିଲାର, ସରୋଜ ଦାସ୍, ଆର୍ତ୍ତ ପ୍ରଧାନ, ଓ ସନ୍ତୋଷ କୁମାର ନାୟକ ପ୍ରମୁଖ ପରିସ୍ଥିତି ଉପରେ ଧ୍ୟାନ ରଖିଛନ୍ତି, ଅନ୍ୟ ଯେଉଁ ଅଞ୍ଚଳ ମାନଂକ ରେ ଏଇ ଭଳି ଘଟଣା କିଏ ଦେଖୁଛନ୍ତି ସେମାନେ ଟିକେ ସାମାଜିକ ସଙ୍ଗଠନ ମାରୁତି ସେନା କୁ ବିଶେଷ ଭାବରେ ସୂଚନା ଦେବା ପାଇଁ ଅନୁରୋଧ କରିଛନ୍ତି ସଙ୍ଗଠନ ଜିଲ୍ଲା ସଭାପତି, ଗୋନ୍ଦିଆ ରୁ ରଣଜିତ୍ ସାମଲ ଙ୍କ ରିପୋର୍ଟ୍ hrtv ଓଡ଼ିଆ