ଏଲ୍‌ନିନୋକୁ ନେଇ IMD ଡିଜିଙ୍କ ବଡ଼ ସୂଚନା:ଚଳିତ ବର୍ଷ ମୌସୁମୀରେ ଏଲ୍‌ ନିନୋର ପ୍ରଭାବ ସମ୍ଭାବନା

ଚଳିତ ବର୍ଷ ମୌସୁମୀରେ ଏଲ୍‌ ନିନୋର ପ୍ରଭାବ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଭାରତରେ ମୌସୁମୀ ଜନିତ ବର୍ଷା କମ୍‌ ରହିବ ବୋଲି କହିଛନ୍ତି ଆଇଏମ୍‌ଡି ଡିଜି।ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସାଧାରଣ ଯେତିକି ବର୍ଷା ହୁଏ ତା’ଠାରୁ କମ୍‌ ବର୍ଷା ହେବ। ଉତ୍ତର ଓଡ଼ିଶାରେ ସାଧାରଣଠାରୁ କମ୍‌ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ବିଶ୍ୱ ପାଣିପାଗ ସଂଗଠନ କହିଛି ଯେ ଜୁନ୍ ଏବଂ ଅଗଷ୍ଟ ମଧ୍ୟରେ ଏଲ ନିନୋ ସୃଷ୍ଟି ହେବା ନେଇ ୮୦ ପ୍ରତିଶତ ସମ୍ଭାବନା ରହିଛି। ଏହା ଅତି କମରେ ନଭେମ୍ବର ପର୍ଯ୍ୟନ୍ତ ଜାରି ରହିପାରେ। ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ବର୍ଷ ଏକ ଶକ୍ତିଶାଳୀ ଏଲ୍ ନିନୋ ବଡ଼ ଧରଣର ବିପର୍ଯ୍ୟୟ ସୃଷ୍ଟି କରିବାର ଆଶଙ୍କା ରହିଛି। ଏହା କିଛି ସ୍ଥାନରେ ଫ୍ଲାସ୍ ଫ୍ଲଡ କିମ୍ବା କିଛି ସ୍ଥାନରେ ମରୁଡ଼ି ସ୍ଥିତି ସୃଷ୍ଟି କରିପାରେ। ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିପାରେ। ଏହା ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହକୁ ଦୁର୍ବଳ କରିପାରେ। ତେଣୁ ଜୁନରୁ ସେପ୍ଟେମ୍ବର ମଧ୍ୟରେ ହେଉଥିବା ବୃଷ୍ଟିପାତରେ ହ୍ରାସ ଘଟିପାରେ।