ସିଦ୍ଦରମୈୟାଙ୍କ ଇସ୍ତଫା ପରେ  କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଲେ ଡିକେ ଶିବକୁମାର

ଶିବକୁମାର ଆଜି ଲୋକଭବନରେ ରାଜ୍ୟର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ତାଙ୍କୁ ରାଜ୍ୟପାଳ ଥାଓ୍ଵରଚନ୍ଦ ଗେହଲଟ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହା ପୂର୍ବରୁ ଶିବକୁମାର ମଞ୍ଚରେ ଜଣ ଜଣ କରି ନେତାଙ୍କୁ ଭେଟିଥିଲେ। ଶିବକୁମାରଙ୍କ ସହିତ ଅନେକ ମନ୍ତ୍ରୀ ପଦରେ ଶପଥ ନେଇଛନ୍ତି। କର୍ଣ୍ଣାଟକରେ କଂଗ୍ରେସ ସରକାରରେ ସିଦ୍ଧରମୈୟା ୩ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ଏବେ ଗାଦି ଡିକେଙ୍କ ପାଖକୁ ଆସିଛି।