ଗଣଶିକ୍ଷାମନ୍ତ୍ରୀଙ୍କ ବଡ଼ ସୂଚନା , ଖରାଛୁଟି ପୂର୍ବରୁ ପିଲାଙ୍କ ପାଖରେ ପହଞ୍ଚିବ ବହି
ଖରାଛୁଟି ସରିବା ପୂର୍ବରୁ ପିଲାଙ୍କ ପାଖରେ ପହଞ୍ଚିବ ବହି । ନବେ ପ୍ରତିଶତ ବହି ଛପା ସରିଲାଣି ବୋଲି ଗଣଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି ।ବାକି ୧୦% ବହି ଖରା ଛୁଟି ପୂର୍ବରୁ ପିଲାଙ୍କ ପାଖରେ ପହଞ୍ଚିବ। ପ୍ରିଣ୍ଟିଂ ସମସ୍ୟା ପାଇଁ ବହି ଛପା ବିଳମ୍ବ ହୋଇଥିବା କଥାକୁ ମନ୍ତ୍ରୀ ସ୍ବୀକାର କରିଛନ୍ତି।ଆମେ ପିଲାଙ୍କ ପାଇଁ ଚିନ୍ତିତ ଅଛୁ। କିଛି ସମସ୍ୟା ହେବନି ବୋଲି ଆଶ୍ଵାସନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।ସୂଚନାଯୋଗ୍ୟ, ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ବନ୍ଦ ଘୋଷଣା କରାଯାଇଛି।