ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ। ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଗଜପତି ମହାରାଜା ଦିବ୍ୟ ସିଂହ ଦେବଙ୍କ ଅଧ୍ୟକ୍ଷତାରେ ସକାଳ ୧୦ଟା ୩୦ରେ ବସିବ ବୈଠକ । ବୈଠକରେ ଗତ ୩୧ ତାରିଖ ଛତିଶା ନିଯୋଗ ଏବଂ ନୀତି ସବ୍‌ମିଟି ବୈଠକରେ ଅନୁମୋଦନ ପାଇଥିବା ରଥ ଯାତ୍ରା ଓ ସ୍ନାନ ଯାତ୍ରାର ନୀତି ନିର୍ଘଣ୍ଟ, ବ୍ୟବସ୍ଥାବଳୀକୁ ଚୂଡ଼ାନ୍ତ ଅନୁମୋଦନ ମିଳିବ ।ସେହିପରି ଗତ ପରିଚାଳନା କମିଟି ବୈଠକ ପରେ ଅନୁଷ୍ଠିତ ବିଭିନ୍ନ ସବ୍-କମିଟି ଯଥା ପ୍ରକଳ୍ପ ସାଂସ୍କୃତିକ ସବ୍-କମିଟି ଓ ପ୍ରକଳ୍ପ ବୈଷୟିକ ସବ୍-କମିଟି ଯୁଗ୍ମ ବୈଠକର ବିବରଣୀ ଏବଂ ନୀତି ସବ୍-କମିଟି ବୈଠକର ବିବରଣୀ ଅନୁମୋଦନ ତଥା ଶ୍ରୀମନ୍ଦିର ସୁରକ୍ଷା ସବ୍-କମିଟି ବୈଠକର ବିବରଣୀ ଉପରେ ଆଲୋଚନା କରାଯିବ l