ରେପୋ ରେଟ ଅପରିବର୍ତ୍ତିତ । ରେପୋ ରେଟ ତଥା ସୁଧ ହାର ୫ ଦଶମିକ ୨୫ ପ୍ରତିଶତରେ ଅପରିବର୍ତ୍ତିତ
ରେପୋ ରେଟ ଅପରିବର୍ତ୍ତିତ । ରେପୋ ରେଟ ତଥା ସୁଧ ହାର ୫ ଦଶମିକ ୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାର ନିଷ୍ପତ୍ତି ନେଇଛି ବୋଲି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଏହି ସୂଚନା ଦେଇଛନ୍ତି । ଅଷ୍ଟମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ।ସୂଚନାଯୋଗ୍ୟ, ଦୁଇମାସ ତଳେ ରେପୋ ରେଟ୍ ଅପରିବର୍ତ୍ତିତ ହୋଇଥିଲା । ରେପୋ ରେଟ୍ ୫.୨୫% ଅପରିବର୍ତ୍ତିତ ରଖିଥିଲା ଆରବିଆଇ । ଆରବିଆଇର ମନିଟାରୀ ପଲିସି କମିଟିର ବୈଠକରେ ଅପରିବର୍ତ୍ତିତ ନେଇ ନିଷ୍ପତ୍ତି ହୋଇଥିଲା । ଇରାନ-ଆମେରିକା ଯୁଦ୍ଧ ଯୋଗୁ ଭାରତର ଅର୍ଥନୀତି ପ୍ରଭାବିତ ହୋଇଛି। ସେଥିପାଇଁ ରେପୋ ରେଟ ଅପରିବର୍ତ୍ତିତ ରଖାଯାଇଛି । ରେପୋ ରେଟ୍ ହେଉଛି ସେହି ସୁଧ ହାର ଯାହା ମାଧ୍ୟମରେ ଆରବିଆଇ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ସ୍ୱଳ୍ପ ମିଆଦୀ ଆବଶ୍ୟକତା ପାଇଁ ଟଙ୍କା ଧାର ଦିଏ ।ରେପୋ ରେଟ୍ ବଢିଲେ ଘର, ଗାଡ଼ି ଏବଂ ବ୍ୟବସାୟିକ ଋଣ ସାଧାରଣତଃ ଅଧିକ ମହଙ୍ଗା ହୋଇଯାଏ । ଯେତେବେଳେ ଆରବିଆଇ ରେପୋ ରେଟ୍ କମାଏ, ଋଣ ସସ୍ତା ହୁଏ ଯାହା ଖର୍ଚ୍ଚ ଏବଂ ଅର୍ଥନୈତିକ କାର୍ଯ୍ୟକଳାପକୁ ବୃଦ୍ଧି କରିବାରେ ସହାୟକ ହୁଏ ।