ଆଜି ବର୍ଷର ଶେଷ ପୂର୍ଣ୍ଣ ସୂର୍ଯ୍ୟପରାଗ , ୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ
ଆଜି ବର୍ଷର ଦ୍ବିତୀୟ ତଥଶ ଶେଷ ପୂର୍ଣ୍ଣ ସୂର୍ଯ୍ୟପରାଗ । ଭାରତରେ ହେବନାହିଁ ଦୃଶ୍ୟମାନ, ମନ୍ଦିର ମାନଙ୍କରେ ସ୍ବାଭାବିକ ରହିବ ଦେବନୀତି । ୯ଟା ୪ ମିନିଟରୁ ଏହି ସୂର୍ଯ୍ୟପରାଗ ଆରମ୍ଭ । ଏହାର ସମାପ୍ତି ତାରିଖ ବଦଳି ଅଗଷ୍ଟ ୧୩ ତାରିଖ ଭୋର ୧:୨୭ ମିନିଟ୍ରେ ହେବ । ଅର୍ଥାତ୍ ଯେତେବେଳେ ଏହି ମହାଜାଗତିକ ଘଟଣା ଘଟୁଥିବ, ସେତେବେଳେ ଭାରତର ସମସ୍ତ ଅଞ୍ଚଳରେ ଘନ ଅନ୍ଧାର ରାତି ଥିବ ।। ଧାର୍ମିକ ବିଶ୍ୱାସ ଅନୁଯାୟୀ, କୌଣସି ପରାଗର ସୂତକ କାଳ କେବଳ ସେହି ସ୍ଥାନମାନଙ୍କରେ ହିଁ ମାନ୍ୟ ହୋଇଥାଏ, ଯେଉଁଠାରେ ପରାଗ ପ୍ରତ୍ୟକ୍ଷ ଭାବରେ ଦୃଶ୍ୟମାନ ହୁଏ । ୧୨ ଅଗଷ୍ଟ ୨୦୨୬ର ଏହି ସୂର୍ଯ୍ୟ ପରାଗ ଭାରତରେ ଦେଖାଯିବ ନାହିଁ, ତେଣୁ ଭାରତରେ ଏହାର କୌଣସି ସୂତକ କାଳ ମାନ୍ୟ ହେବ ନାହିଁ । ତେବେ ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ ନା କୌଣସି ରେଷ୍ଟୁରାଣ୍ଟ ଅଛି, ନା ଅଧିକ ଦୋକାନ ଖୋଲୁଛି। ଗୋଟିଏ ପୁରୁଣା ବାର୍ ମଧ୍ୟ ଏବେ ବନ୍ଦ ରହୁଛି। ସପ୍ତାହରେ ମାତ୍ର ଥରେ ବେକରୀ ଭ୍ୟାନ୍ ଆସିଥାଏ ଏବଂ କିଛି ଲୋକଙ୍କୁ ପାଉଁରୁଟି (ବ୍ରେଡ୍) ଦେଇ ଚାଲିଯାଏ। ସାଧାରଣ ଦିନଗୁଡ଼ିକରେ ଏଠାରେ ଏତେ ନୀରବତା ଥାଏ ଯେ ମହୁମାଛି ଏବଂ ପକ୍ଷୀମାନଙ୍କ ଶବ୍ଦ ମଧ୍ୟ ସ୍ପଷ୍ଟ ଶୁଣାଯାଏ।ଗାଁର ବିଶେଷତା ହେଉଛି ଏଠାରେ ଉଚ୍ଚ ଅଟ୍ଟାଳିକା ଏବଂ ଅଧିକ ଆଲୋକ ନାହିଁ। ଆଖପାଖରେ ଖୋଲା କ୍ଷେତ ଏବଂ ଛୋଟ ଛୋଟ ପାହାଡ଼ ରହିଛି। ସୂର୍ଯ୍ୟାସ୍ତର ଠିକ୍ ପୂର୍ବରୁ ପରାଗ ହେଉଥିବାରୁ ଏଠାରେ ଆକାଶରେ କିଛି ମିନିଟ୍ ପାଇଁ ଏପରି ଦୃଶ୍ୟ ଦେଖାଯିବ, ସତେ ଯେପରି ସୂର୍ଯ୍ୟ ଦୁଇଥର ବୁଡ଼ୁଛନ୍ତି।ଏହି ଗାଁକୁ ଆସୁଥିବା ଲୋକଙ୍କ ପାଇଁ କେବଳ ସୂର୍ଯ୍ୟପରାଗ ହିଁ ଆକର୍ଷଣ ହେବନାହିଁ। ସେହି ରାତିରେ ପରସିଡ୍ସ (Perseids) ଉଲ୍କାପିଣ୍ଡର ବର୍ଷା ମଧ୍ୟ ଦେଖିବାକୁ ମିଳିପାରେ। ଅର୍ଥାତ୍ ଆକାଶରେ ଏକାସାଙ୍ଗରେ ଦୁଇଟି ସ୍ୱତନ୍ତ୍ର ମହାଜାଗତିକ ଘଟଣା ଦେଖିବାର ସୁଯୋଗ ମିଳିବ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗାଁ ଉପରେ ଥିବା ଗୁମ୍ଫାଗୁଡ଼ିକ ନିକଟରୁ ପରାଗର ଦୃଶ୍ୟ ସବୁଠାରୁ ଭଲ ଦେଖାଯିବ। ଏଠାରୁ ପଶ୍ଚିମ ଦିଗକୁ ଖୋଲା ଆକାଶ ଦେଖାଯାଏ। ଏହି କାରଣରୁ ସାରା ବିଶ୍ୱର ଲୋକମାନେ ଏହି ଛୋଟ ଗାଁରେ ପହଞ୍ଚିବା ପାଇଁ ଯୋଜନା କରୁଛନ୍ତି।