କମିଛି ସୁନା ସ୍ଥିର ରହିଛି ରୁପା ଦର
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୪,୮୬୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୧,୯୫୦ ଟଙ୍କା ଛୁଇଁଛି ।ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୪,୮୬୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୪୧,୯୫୦ ଟଙ୍କାକୁ ପହଞ୍ଚିଛି । ।ଗତ କିଛି ଦିନରେ ସୁନା ଦରରେ ଉଲ୍ଲେଖନୀୟ ବୃଦ୍ଧି ଦେଖାଯାଇଛି । ବିଗତ ୪ ମାସ ମଧ୍ୟରେ ଏକାଧିକ ଥର ଥଳ ଉପର ହୋଇ ରେକର୍ଡ ଭାଙ୍ଗିଛି ସୁନାର ମୂଲ୍ୟ । ଅନ୍ତର୍ରାଷ୍ଟ୍ରୀୟ ବଜାରରେ ସୁନାର ଦର ପ୍ରତି ଔଂସ୍ (୩୧.୧ ଗ୍ରାମ୍) ୪୦୦୦ ଡଲାର୍ ମଧ୍ୟରେ ରହିଛି, ଯାହା ୨୦୨୫ ବର୍ଷଠୁ ପ୍ରାୟ ୬୨%ରୁ ଅଧିକ ବୃଦ୍ଧି ଦର୍ଶାଇଛି ।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୫୫,୦୦୦ ଟଙ୍କା ହୋଇଛି ।