ଆତ୍ମା କମିଟିର ନୂତନ ଅଧ୍ୟକ୍ଷ ହେଲେ ଅନ୍ତର୍ଯ୍ୟାମୀ ମିଶ୍ର
ଗଣିଆ (ବିଶ୍ୱରଂଜନ ସେଠି ) ଗଣିଆ ବ୍ଲକ ସଦଭାବନା ସଭାଗୃହରେ ବୁଧବାର ଦିନ କୃଷି ଅଧିକାରୀ ମୋନାଲିଶା ବେହେରାଙ୍କ ଅଧକ୍ଷତାରେ ଆତ୍ମା କମିଟିର ଅଧକ୍ଷ ପାଇଁ ଚୟନ କରାଯାଇଥିଲା । ସର୍ବ ସମ୍ନତିକ୍ରମେ ପୂର୍ବତନ ବ୍ଲକ ଅଧକ୍ଷ ତଥା ସମାଜସେବୀ ଆନ୍ତର୍ଯ୍ୟାମୀମିଶ୍ରଙ୍କ ନାମ ପ୍ରସ୍ତାବ ଦିଆଯାଇଥିଲା । ପ୍ରତାପ ରଣା ଓ ଶ୍ରୀନିବାସ ଜାନି ସମର୍ଥନ କରିଥିଲେ। ପରେ ଅନୁମୋଦନ ପାଇଁ ଜିଲ୍ଲାପାଳ ନିକଟକୁ ପଠା ଯାଇଥିବା କୃଷି ଅଧିକାରୀ କହିଛନ୍ତି । ଏଇ ବୈଠକ ରେ ବିଭିଓ ଶ୍ରୁତିତନୟା ମହାନ୍ତି , ହର୍ଟିକଲଚର ଓଭରସର କେଦାର ଚନ୍ଦ୍ର ବରାଡ଼, ସଏଲ କଞ୍ଜରଭେସନ SCEW ଆଶିଷ ପ୍ରଧାନ, BTM ଶିବ ଶଙ୍କର ସାହୁ, ଉପସ୍ଥିତ ଥିଲେ । ଗଣିଆ କୃଷି କାର୍ଯ୍ୟାଳୟରେ ନୂତନ ‘ଆତ୍ମା’ (ATMA) କମିଟିର ଅଧ୍ୟକ୍ଷ ଭାବେ ଅନ୍ତର୍ଯ୍ୟାମୀ ମିଶ୍ର ମନୋନୀତ ହେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ସ୍ଥାନୀୟ ଚାଷୀ, କୃଷି ଅଧିକାରୀ, ଜନପ୍ରତିନିଧି ଓ ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ ଫୁଲତୋଡ଼ା, ଉତ୍ତରୀୟ ପ୍ରଦାନ କରାଯାଇ ନୂତନ ଦାୟିତ୍ୱ ପାଇଁ ଅଭିନନ୍ଦନ ଜଣାଯାଇଛି। ନୂତନ ଅଧ୍ୟକ୍ଷ ଭାବେ ଶ୍ରୀ ମିଶ୍ର ଅଞ୍ଚଳର କୃଷି ଓ କୃଷକଙ୍କ ବିକାଶ ପାଇଁ ସରକାରୀ ଯୋଜନାଗୁଡ଼ିକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ସହ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।