କଟକରେ ବାଦାମବାଡ଼ିରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

କଟକର ବାଦାମବାଡ଼ିରେ ଏକ ଲଜ୍ଜାଜନକ କାଣ୍ଡ ଘଟିଛି । ଜଣେ ନାବାଳିକାଙ୍କୁ ଦୁଇ ଜଣ ନାବାଳକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ୨ ନାବାଳକ ଗିରଫ ହୋଇଥିବା ଜଣାପଡିଛି। ଉଭୟ ଅଭିଯୁକ୍ତ ନାବାଳିକାର ସହପାଠୀ ହୋଇଥିବା ସୂଚନା ମିଳିଛି।କଟକରେ ଏକ କଲେଜ୍‌ରେ ଜଣେ ୧୬ ବର୍ଷୀୟା ନାବାଳିକା ଯୁକ୍ତ ଦୁଇ ପ୍ରଥମ ବର୍ଷ ପଢ଼ନ୍ତି । ସେହି କଲେଜରେ ମର୍କତନଗର ଥାନା ସିଡିଏ ସେକ୍ଟର ୭ ବାଲିସାହିର ଜଣେ ୧୬ ବର୍ଷର ଯୁବକ ମଧ୍ୟ ପଢ଼ୁଥିଲା । ଉକ୍ତ ନାବାଳକଙ୍କ ସହିତ ନାବାଳିକାଙ୍କର କଲେଜରେ ବନ୍ଧୁତା ହୋଇଥିଲା। ଉଭୟଙ୍କ ମଧ୍ୟରେ ସମ୍ପର୍କ ସୃଷ୍ଟି ହୋଇଥିଲା । ଯାହାର ଫାଇଦା ନେଇ ଏହିଭଳି କାଣ୍ଡ ଘଟିଛି ।