ଆୟୁର୍ବେଦିକ ହସ୍ପିଟାଲର ହେବ ନବକଳେବର, ଭିତ୍ତିପ୍ରସ୍ତର ସ୍ଥାପନ କଲେ ସ୍ଵାସ୍ଥ୍ୟମନ୍ତ୍ରୀ

ଏବେ ଭୁବନେଶ୍ୱରରେ ଆଧୁନିକ ଚିକିତ୍ସା ସହ ଆୟୁର୍ବେଦର ଚିକିତ୍ସା ମଧ୍ୟ ସରକାରୀ ଭାବେ ମିଳିବ। ଆଜି ଭୁବନେଶ୍ୱର ନାଗେଶ୍ୱରଟାଙ୍ଗିରେ ଭୁବନେଶ୍ୱର କୋର୍ଟ ନିକଟରେ ଥିବା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ନବକଳେବର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ। ତେବେ ଇନ୍‌ଡୋର୍‌ରେ ଥିବା ୪୩ଟି ଶଯ୍ୟା ସଂଖ୍ୟାକୁ ବଢ଼ାଇ ୧୦୦ ଶଯ୍ୟା କରାଯିବ । ଏହାଦ୍ଵାରା ଭୁବନେଶ୍ୱରବାସୀଙ୍କୁ ଶସ୍ତା ଏବଂ ଗୁଣାତ୍ମକ ଆୟୁଷ ଚିକିତ୍ସା ମିଳିବ। ସବୁଠୁ ବଡ଼ କଥା ହେଲା, ଆୟୁଷ୍ମାନ କାର୍ଡରେ ବି ଏହି ଚିକିତ୍ସା ଅନ୍ତର୍ଭୁକ୍ତ କରିବାକୁ ସରକାର ଯୋଜନା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ସାମଲ ଇଞ୍ଜିନିୟରିଂ ଆଣ୍ଡ କନ୍ସଲଟାଣ୍ଟ ଏହି ୧୦୦ ଶଯ୍ୟା ବିଶିଷ୍ଟ ବିଲ୍ଡିଙ୍ଗ ନିର୍ମାଣ କରିବ। ଆଗାମୀ ୧୫ ମାସ ଭିତରେ ଏହା ସମ୍ପୂର୍ଣ୍ଣ ହେବ ବୋଲି ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ।