ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୨୬ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା-୨୦୨୬ (ଦ୍ୱିତୀୟ)ର ଫଳାଫଳ ଆଜି ପ୍ରକାଶ ପାଇଛି । ଚଳିତ ଥର ୫ ହଜାର ୭ ଶହ ୬୦ ଜଣ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୩ହଜାର ୬ଶହ ୬୬ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପାସ୍ ହାର ୬୩.୬୪ ପ୍ରତିଶତ ରହିଛି ।ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା-୨୦୨୬ର ଫଳାଫଳ ପ୍ରକାଶ ପାଇଛି । ୮ ହଜାର ୬ ଶହ ୯୮ ଜଣ ଷ୍ଟେଟ୍ ଓପନ୍ ସ୍କୁଲ୍ ପରୀକ୍ଷା ଦେଇଥିଲେ । ମୋଟ ୫ହଜାର ୪ଶହ ୫୦ ଜଣ ପାସ କରିଛନ୍ତି । ପାସ୍ ହାର ୬୨.୬୫ ପ୍ରତିଶତ ରହିଛି ।
ପରୀକ୍ଷାର୍ଥୀମାନେ ସନ୍ଧ୍ୟା ୫ଟାରୁ ବୋର୍ଡର ୱେବସାଇଟ୍ www.bseodisha.ac.in ଏବଂ www.bseodisha.nic.inରେ ନିଜ ରେଜଲ୍ଟ ଦେଖିପାରିବେ ।ଇଣ୍ଟରନେଟ୍ ସୁବିଧା ନଥିବା ପରୀକ୍ଷାର୍ଥୀଙ୍କ ପାଇଁ SMS ମାଧ୍ୟମରେ ମଧ୍ୟ ଫଳାଫଳ ଜାଣିବାର ସୁବିଧା ରହିଛି । ଏଥିପାଇଁ ମୋବାଇଲରେ OR10 ଟାଇପ୍ କରି 5676750 ନମ୍ବରକୁ SMS ପଠାଇବାକୁ ପଡ଼ିବ । ସଫଳ ପରୀକ୍ଷାର୍ଥୀମାନେ ଅଗଷ୍ଟ ୧୭ ରୁ ବୋର୍ଡର ୱେବସାଇଟ୍ bse.odisha.gov.inରେ ନିଜର ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ ।