କଳାହାଣ୍ଡିରେ ଲଜ୍ଜା: ପ୍ରାର୍ଥନା ବାହାନାରେ ନେଇ ମହିଳାଙ୍କୁ ବଳାତ୍କାର

କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ପାଷ୍ଟିକୁଡି ଅଞ୍ଚଳରୁ ଏକ ଲଜ୍ଜା ଘଟଣା ସାମ୍ନାକୁ ଆସିଛି। ସଦର ଥାନା ପାଷ୍ଟିକୂଡି ପଞ୍ଚାୟତ ଠେମରା ଗ୍ରାମର ପାଷ୍ଟର ଜିନେଶ କୁମାର ଗର୍ଭବତୀ ମହିଳା ଓ ସ୍ବାମୀ ଙ୍କୁ ଗତ ୭ ତାରିଖ ଦିନ ଘରକୁ ଡାକିଥିଲେ। ସ୍ବାମୀକୁ ମଦ ପିଆଇ ମହିଳାକୁ ପ୍ରାର୍ଥନା କରିଦେବି କହି ରୁମକୁ ନେଇ ୨ଘଣ୍ଟା ଧରି ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡିତା। ଯଦି କାହା ପାଖରେ କହିଲେ ଜୀବନରୁ ମାରିଦେବି ବୋଲି ଧମକ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି ।ଜୀବନ ଭୟରେ ଲୁଚିକି ପଲାଇ ଆସିଥିଲେ ସ୍ବାମୀ ସ୍ତ୍ରୀ । ଗତ ୮ତାରିଖରୁ ଭବାନିପାଟଣା ସଦର ଥାନାରେ ଲିଖିତ ଅଭିଯୋଗ ପରେ ମଙ୍ଗଳବାର ପୀଡିତାଙ୍କୁ ଡାକି ଡାକ୍ତରୀ ମାଇନା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଭବାନୀପାଟଣା ସଦର ପୁଲିସ ।ଏହା ଘଟଣାଟି କଳାହାଣ୍ଡି ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।