ଆଳୁ ଓ ପିଆଜ ଦର ବଢ଼ିଲା, ଆକ୍ସନ୍‌ରେ ବିଭାଗ

ରାଜଧାନୀରେ ଆଳୁ ଓ ପିଆଜ ଦର ବୃଦ୍ଧି ପରେ ଯୋଗଣ ବିଭାଗ ପକ୍ଷରୁ ରେଡ। ଭୁବନେଶ୍ୱର ଆଇଗିଣିଆ ଆଳୁଗଦି ଥିବା ଆଳୁ, ପିଆଜ ଗୋଦାମ ରେ ଚାଲିଛି ରେଡ । କେତେ ପରିମାଣରେ ପିଆଜ,ଆଳୁ ଅଛି । ଖୋଲା ବଜାରରେ ତୁଳନାରେ ଗୋଦାମ ରେ କେତେ ଟଙ୍କା ରହିଛି ସବୁକୁ ନେଇ ଚାଲିଛି ଯାଞ୍ଚ। ତେବେ ପିଆଜ ଆମଦାନୀ ଜାଗାରେ ଦର ବଢୁଥିବାରୁ କିଣା ଦର ବଢ଼ିଛି। ଯାଞ୍ଚ ସମୟରେ କୌଣସି ଗୋଦାମରେ ଅତିରିକ୍ତ ମହଜୁଦ୍ ନାହିଁ। କିନ୍ତୁ ଲଗାତାର ବିଭିନ୍ନ ସ୍ଥାନରେ ଯାଞ୍ଚ ଜାରି ରହିବ ବୋଲି ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି।