କଟକ ଟାଙ୍ଗୀ ଅଞ୍ଚଳରେ ତ୍ରିରଙ୍ଗା ପତାକା କୁ ନେଇ ବିବାଦ ! ଶାନ୍ତି ପ୍ରତିଷ୍ଠା ପାଇଁ ନିବେଦନ କଲେ ଯୁବ ସାମ୍ବାଦିକ ଅକ୍ଷୟ ଫଗୁଣ ।।

ସ୍ବାଧୀନତାର ଅଶୀ ବର୍ଷ ପରେ ଭାରତର ଗର୍ବ ଗୌରବ ସ୍ବାଭିମାନ ବୀରତ୍ବ ଗାରିମା ପବିତ୍ର ତ୍ରିରଙ୍ଗା ଭାରତର ଜାତୀୟପତାକା🇮🇳 ତ୍ରିରଙ୍ଗାକୁ ନେଇ କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ବାର ବ୍ଲକ ଟାଙ୍ଗୀ ଅଞ୍ଚଳରେ ଯେଉଁ ଚର୍ଚ୍ଚିତ ଚର୍ଚ୍ଚା ଯାତ୍ରା ଚାଲିଛି ତାହା କଣ କେବଳ ପତିଆରା, ପାରିଲାପଣିଆ, ଆତ୍ମଘୋଷିତ, ଅହଂକାର,ବାହୁବଳି, ଅତିରିକ୍ତ କଳାଧନ ଅର୍ଥ, ଦେଖେଇହେବାର ପ୍ରାଚୁର୍ଯ୍ୟର ପ୍ରତିଯୋଗିତା, ଆତ୍ମପ୍ରଚାର କେବଳ ମିଡିଆରେ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ନିଜର ବ୍ୟକ୍ତିଗତ ବାହାଦୁରୀ ପ୍ରତିଷ୍ଠା ପାଇଁ ନା ଆଉକଣ ?? ଗତ ଅଗଷ୍ଟ ମାସ ପନ୍ଦର ତାରିଖ ଦିନ ସାରା ଭାରତବର୍ଷର ଜନସାଧାରଣ ଯେତିକି ବେଳେ ଅଶୀ ତମ ସ୍ବାଧୀନତା ଦିବସ ପାଳନ କରୁଥିଲେ ସେହି ଦିନ ଟାଙ୍ଗୀ-ଚୌଦ୍ବାର ବ୍ଲକ ଟାଙ୍ଗୀ ଅଞ୍ଚଳ ରେ ତ୍ରିରଙ୍ଗା ପତାକାକୁ ନେଇ ଏକ ଗୋଷ୍ଠୀ ତ୍ରିରଙ୍ଗା ପତାକା ରାଲି ଟାଙ୍ଗୀ ଠାରୁ ସଫା ଗ୍ରାମ ପଞ୍ଚାୟତ ଓ ସଫା ଗ୍ରାମ ପଞ୍ଚାୟତ ଠାରୁ ଭଟିମୁଣ୍ଡା ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ଏକ ବିଶାଳ ମଟର ସାଇକେଲ ରାଲିରେ ଏକ ହଜାରରୁ ଉର୍ଦ୍ଧ ଯୁବକ ଜାତୀୟ ପତାକା ଧରି ତ୍ରିରଙ୍ଗା ରାଲି କରିଥିଲେ। ତ୍ରିରଙ୍ଗା ପତାକା ରାଲି ଯାତ୍ରା ପରେ ଟାଙ୍ଗୀ ଅଞ୍ଚଳର ପଡିଆରେ ଜାତୀୟ ପତାକା ଓ ପ୍ଲାଏକାର୍ଡ , ପୋଷ୍ଟର ଓ ତ୍ରିରଙ୍ଗା ପତାକା ପରିତ୍ୟକ୍ତ ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଥିଲା। ଜାତୀୟ ପତାକା ତ୍ରିରଙ୍ଗା ପତାକା ପ୍ରତି ଅସମ୍ମାନ ଓ ଅବମାନନା ଅଭିଯୋଗରେ ଭିନ୍ନ ଭିନ୍ନ ଗୋଷ୍ଠୀ ପକ୍ଷରୁ ଚାରିଗୋଟି ଏତଲା ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଛି। ସପକ୍ଷ ଓ ବିପକ୍ଷ ଗୋଷ୍ଠୀ ପକ୍ଷରୁ ପରସ୍ପର ଆରୋପ ଓ ପ୍ରତ୍ୟାରୋପ ଏତଲା ରାଜନୀତି ଆରମ୍ଭ ହୋଇଛି। ତ୍ରିରଙ୍ଗା ପତାକା ରାଲି ର ଆୟୋଜକ ତ୍ରିଦେବ ବେହେରାଙ୍କ ବିରୋଧରେ ବିଜେପି ନେତା ହିଂମାଶୁ ମହାନ୍ତି ଓ ତାଙ୍କ ଗୋଷ୍ଠୀ ଏତଲା କରିଥିବା ବେଳେ ପାଲଟା ଏତଲା ତ୍ରିଦେବ ବେହେରା ଓ ତାଙ୍କ ଗୋଷ୍ଠୀ ଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ। ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ହୋ ହାଲା ଟାଙ୍ଗୀ ଥାନା ପରିସରରେ ହୋଇଥିଲା। ସେହିପରି ଟାଙ୍ଗୀ-ସାଲେପୁର ନିର୍ବାଚନ ମଣ୍ଡଳୀ ର ବିଜେପି ନେତା ବିଧାୟକ ପ୍ରାର୍ଥୀ ଶ୍ରୀ ଅରିନ୍ଦମ ରାଓ ଙ୍କ ଗୋଷ୍ଠୀ ପକ୍ଷରୁ ତ୍ରିଦେବ ବେହେରା ଙ୍କ ବିରୁଦ୍ଧରେ ମଧ୍ୟ ଟାଙ୍ଗୀ ଥାନାରେ ଏତଲା ହୋଇଛି। ଏତଲା କାରୀ ଗୋଷ୍ଠୀମାନେ ଅଭିଯୋଗ କରି କହିଛନ୍ତି ଯେ ଯଦି ତ୍ରିରଙ୍ଗା ପତାକା ଅପମାନ କାରୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ତେବେ ଆନ୍ଦୋଳନ ଗଣଧାରଣା ଓ ଅନଶନ କରିବେ ବୋଲି ସ୍ପଷ୍ଟ ସୂଚନା ଦେଇଛନ୍ତି। ସେହିପରି ଅନୁରୂପ ଭାବେ ଟାଙ୍ଗୀ-ଚୌଦ୍ବାର ବ୍ଲକ ଜାତୀୟ କଂଗ୍ରେସ ପାର୍ଟି ପକ୍ଷରୁ ଆଶୁତୋଷ ବରାଳ ତ୍ରିରଙ୍ଗା ପତାକା ଅପମାନକାରୀ ବିରୋଧରେ ଏତଲା ଦେଇଛନ୍ତି। ତ୍ରିରଙ୍ଗା ପତାକା ରାଲି ଯାତ୍ରା ନିମନ୍ତେ ଚାରି ଚାରୋଟି ଏତଲା ପରେ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ତ୍ରିରଙ୍ଗା ପତାକା ଅପମାନ କାରୀଙ୍କ ବିରୋଧରେ ଏତଲା ଦେବା ପାଇଁ ପ୍ରତିଯୋଗିତା ଚାଲିଛି। ସେହିପରି ବି ଜେ ଡି ନେତା ଏହି ତ୍ରିରଙ୍ଗା ପତାକା ରାଲି ଯାତ୍ରାକୁ ନେଇ ନିଜର ମତାମତ ପ୍ରଦାନ କରିବାକୁ ଯାଇ କହିଛନ୍ତି ଯେ ଶସ୍ତା ଲୋକପ୍ରିୟତା ପାଇଁ ରାଲି ଏବଂ ବି ଜେ ପି ବ୍ଲକ ଅଞ୍ଚଳରେ ଚାରି ଫାଳ ହୋଇଯାଇଛି ବୋଲି କଟାକ୍ଷ କରିଛନ୍ତି। ଏହି ଭଳି ବିବାଦ ମଧ୍ୟରେ ରାଜନୈତିକ ରୁଟି ସେକି ଫାଇଦା ନେବାପାଇଁ ବିରୋଧୀ ମାନେ ଆଗଭର ଅଛନ୍ତି। ଦେଖାଯାଉ ବି ଜେ ପି ପାର୍ଟି ମଧ୍ୟରେ ନେତା ନେତା ମଧ୍ୟରେ ଏ ଲଢେଇରେ ବିଜେପି ସୁଦୃଢ ହେଉଛି କି ଗଡ ଦୋହଲି ଯାଉଛି ତାହା ସମୟ କହିବ। ପ୍ରକୃତରେ ତୃଣମୂଳ ସ୍ତରରେ ସାଧାରଣତଃ ପୁରୁଣା ସ୍ବାଭିମାନୀ ବି ଜେ ପି କର୍ମୀମାନେ ଲଜ୍ଜିତ ଓ ଚିନ୍ତିତ ।। କେତେକ ବ୍ୟକ୍ତି ବିଶେଷଙ୍କ ପାରିଲାପଣିଆ ରାଜନୈତିକ ଦବଦବା ଉଦ୍ଦେଶ୍ୟ ପ୍ରଣୋଦିତ ପାଇଁ ଜାତୀୟ ପତାକା ତ୍ରିରଙ୍ଗା ପତାକା କୁ କାହିଁକି ଆୟୁଧ କରି ହୀନ ରାଜନୀତି କରାଯାଉଛି ?? ଜାତୀୟ ପତାକା ତ୍ରିରଙ୍ଗା ପତାକା କୌଣସି ବ୍ୟକ୍ତି ବିଶେଷ କିମ୍ବା କୌଣସି ସଂସ୍ଥା, ଅନୁଷ୍ଠାନ, ଜାତି, ଧର୍ମ, ଦଳ ,ଗୋଷ୍ଠୀ, ରାଜନୈତିକ ପାର୍ଟି ,ସମ୍ପ୍ରଦାୟର ପୈତୃକ ସମ୍ପତ୍ତି ନୁହେଁ ?? ଯେଉଁ ତ୍ରିରଙ୍ଗା ପତାକା ଦେଶପ୍ରେମୀ ଶହୀଦ୍ ବୀର ସ୍ବାଧୀନତା ସଂଗ୍ରାମୀଙ୍କ ଆତ୍ମବଳିଦାନର ତ୍ୟାଗ, ନିଷ୍ଠା, ଚେଷ୍ଟା, ପ୍ରଚେଷ୍ଟା ଏବଂ ପରାକାଷ୍ଠା ବୀରତ୍ବର ପରିଚୟ, ସ୍ବାଭିମାନ ଓ ସମ୍ମାନ, ଗୌରବମୟ ଗାରିମା ଆସ୍ଥା, ଅଖଣ୍ଡତା, ଏକତା ଓ ଭାଇଚାରାର ମହାମନ୍ତ୍ରର ଜାତୀୟତାର ପତାକା !!ଭାରତୀୟ ଜାତୀୟ ପତାକା ଘର ଘର ତ୍ରିରଙ୍ଗା ପତାକା ଉତ୍ତୋଳନ ପାଇଁ କେନ୍ଦ୍ର ସରକାର ପ୍ରଚାର ଓ ପ୍ରସାର କରୁଥିବା ବେଳେ ଆମ ତ୍ରିରଙ୍ଗା ପତାକା ହେଉଛି ଶହେ ସତଚାଳିଶ କୋଟି ଭାରତୀୟ ମାନଙ୍କର ଗର୍ବ- ଗୌରବ ,ସ୍ବାଭିମାନ ଓ ସମ୍ମାନର ପ୍ରତୀକ ।। ଜାତୀୟ ପତାକା ତ୍ରିରଙ୍ଗା ପତାକାକୁ ନେଇ ରାଜନୈତିକ ଝଡ ସୃଷ୍ଟି କରି ଯାତ୍ରା କରିବାରୁ ନିବୃତ୍ତ ରୁହନ୍ତୁ ।। ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗା ପତାକା କୁ ନେଇ ଟାଙ୍ଗୀ ଅଞ୍ଚଳରେ ଯେଉଁ ଯାତ୍ରା ଓ ତଥାକଥିତ ରାଜନୀତି ଚାଲିଛି ତାହାଙ୍କୁ ପ୍ରକୃତରେ ଦେଶପ୍ରେମୀ ଜାତୀୟ ପତାକା ତ୍ରିରଙ୍ଗା ପତାକା ପ୍ରେମୀ ବୃଦ୍ଧିଜୀବି ମାନେ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ଟାଙ୍ଗୀ-ଚୌଦ୍ବାର ବ୍ଲକ ତଥା ଟାଙ୍ଗୀ ଇତିହାସ ଏହି ଅହଂକାରୀ ମାନଙ୍କୁ କେବେ କ୍ଷମା କରିବ ନାହିଁ ।। ଦେଶର ଏକତା, ଅଖଣ୍ଡତା,ଜାତୀୟତା, ସ୍ବାଭିମାନ, ସମ୍ମାନ ଓ ଭାଇଚାରା ର ମହାମନ୍ତ୍ରର ପବିତ୍ର ଜାତୀୟ ପତାକାକୁ ନେଇ କାଦୁଅ ଫିଙ୍ଗା ରାଜନୀତି ବନ୍ଦ କରାଯାଉ । ଆରୋପ ଓ ପ୍ରତ୍ୟାରୋପ ପରସ୍ପର ପ୍ରତି ଦୋଷ ଲଦାଲଦି ହୀନ ରାଜନୀତି ଓ ଷଡଯନ୍ତ୍ରରୁ କ୍ଷାନ୍ତ ରୁହନ୍ତୁ । ବନ୍ଧୁଗଣ; ଆଗକୁ ପାର୍ବଣର ଋତୁ। ଅଳ୍ପ କେତୋଟି ମାସ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସୁଛି। ସାଧୁ ସାବଧାନ ! ଟାଙ୍ଗୀ ଅଞ୍ଚଳ ର ଯୁବଶକ୍ତି ମାନଙ୍କ ମଧ୍ୟରେ ଏକତା, ଅଖଣ୍ଡତା ଓ ଭାଇଚାରାକୁ ନଷ୍ଟ କରିବା ନିମନ୍ତେ ସୁପରିକଳ୍ପିତ ଷଡଯନ୍ତ୍ରକୁ ସଚେତନ ଜନସାଧାରଣ ସହଜରେ ଗ୍ରହଣ କରିପାରୁନାହାଁନ୍ତି ।। ଜଣେ ସାମ୍ବାଦିକ ଭାବେ ନୁହେଁ ଜଣେ ସ୍ବାଭିମାନୀ ଓଡିଆ ଯୁବକ ତଥା କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ବାର ବ୍ଲକ ଅଞ୍ଚଳର ଜଣେ ପୁଅ ଭାବରେ ସରକାରଙ୍କୁ ମୋର ବିନମ୍ର ନିବେଦନ ଟାଙ୍ଗୀ-ଚୌଦ୍ବାର ବ୍ଲକ ର ଟାଙ୍ଗୀ ଅଞ୍ଚଳରେ ସାମାଜିକ ଏକତା ଓ ସାଂସ୍କୃତିକ ଭାଇଚାରା, ଶୃଙ୍ଖଳା, ଶାନ୍ତି, ମୈତ୍ରୀ ଓ ପ୍ରଗତି ଫେରାଇ ଆଣିବା ପାଇଁ ବ୍ଲକ୍ ପ୍ରଶାସନ, ପୋଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ ତଥା ଓଡିଶା ପ୍ରଶାସନ ଯଥାଶୀଘ୍ର ଉଦ୍ୟମ ଆରମ୍ଭ କରିବା ଏକାନ୍ତ ଜରୁରୀ ଅଟେ ।। ବନ୍ଧୁଗଣ କାହାକୁ ସମାଲୋଚନା କଲାବେଳେ ମର୍ଯ୍ୟାଦା ଓ ଶାଳୀନତାର କୌଣସି ସୀମା ଉଲଂଘନ କରିବା ଉଚିତ୍ ନୁହେଁ । ଏହା ବ୍ୟକ୍ତିର ବ୍ୟକ୍ତିତ୍ୱର ମାନ ନିର୍ଦ୍ଧାରିତ କରିଥାଏ ।

ସମାଜ ପ୍ରତି ପ୍ରତ୍ୟେକ ବ୍ୟକ୍ତି ର କୌଣସି ନା କୌଣସି ଅବଦାନ ଓ ଅଧିକାର ରହିଛି ।। ପ୍ରତିଟି ସମୟକୁ ଜଣା ତୁମ ପାଖରେ କେତେ ଧନ ସମ୍ପତ୍ତି ଟଙ୍କା ଅର୍ଥବଳ ଓ ବାହୁବଳ ଅଛି ! କିନ୍ତୁ ତୁମ ଧନ ସମ୍ପତ୍ତି ଟଙ୍କାକୁ ଜଣାନାହିଁ ତୁମ ପାଖରେ ଆଉ କେତେ ସମୟ ବାକି ଅଛି !!ଏଇତ ଜୀବନର ଅସଲ ରହସ୍ୟ ( !!!) ଆତ୍ମପ୍ରଚାର ଆତ୍ମଗର୍ବୀ ନହୋଇ ସକାରାତ୍ମକ ଭାବରେ ସମାଜର ସବୁ ବର୍ଗର ପ୍ରାଣୀଙ୍କ ଠାରୁ ଆରମ୍ଭ କରି ସାଧାରଣ ମଣିଷଙ୍କ ଅସାଧାରଣ ସେବା କରିଚାଲ ଦିନେ ସମୟ ତୁମକୁ ଅସାଧାରଣ ମଣିଷ କରିଦେବ ।। ଯୁବଶକ୍ତି ମାନେ ନିଜର ଆଚରଣ ଓ ଉଚ୍ଚାରଣ ଉତ୍ତମ କରିବା ସହ ସର୍ବଦା ଦେଶାତ୍ମବୋଧକ ଜନ ମଙ୍ଗଳ କାର୍ଯ୍ୟରେ ନିୟୋଜିତ ହେବା ଏକାନ୍ତ ଆବଶ୍ୟକ ଅଟେ ।।

ମୋର ଅନୁମାନ କୋଉଠି ନା କୋଉଠି ଆମ ଟାଙ୍ଗୀ ଅଞ୍ଚଳର ଯୁବକ ମାନଙ୍କ ମଧ୍ୟରେ ଏକତା ଓ ଭାଇଚାରା କୁ ନଷ୍ଟ କରିବା ପାଇଁ ସୁପରିକଳ୍ପିତ ମହା ଷଡଯନ୍ତ୍ର ଆରମ୍ଭ ହୋଇଯାଇଛି।। ଟାଙ୍ଗୀ-ଚୌଦ୍ବାର ବ୍ଲକର ଟାଙ୍ଗୀ ଅଞ୍ଚଳ ର ଯୁବକ ମାନେ ବହୁତ ସଚେତନ, ଶିକ୍ଷିତ, ସକ୍ରିୟ ଓ ସ୍ବାଭିମାନୀ । ତେଣୁ ମୋର ପ୍ରିୟ ଯୁବବନ୍ଧୁଗଣ ; ହିଂସା, ଈର୍ଷା, ଅସହିଷ୍ଣୁତା , ବାଦବିବାଦ ପରିତ୍ୟାଗ କରି ଆମ ଅଞ୍ଚଳ ରେ ସାମାଜିକ ଏକତା ଓ ସାଂସ୍କୃତିକ ଭାଇଚାରାକୁ ସୁଦୃଢ କରିବା ସହିତ ଆମ ଟାଙ୍ଗୀ ଅଞ୍ଚଳରେ ଶାନ୍ତି, ମୈତ୍ରୀ-ପ୍ରଗତି ଓ ବିକାଶ ପାଇଁ ସଂକଳ୍ପ ଗ୍ରହଣ କରିବା ।। ଦେଖିବାକୁ ବାକି ରହିଲା ଟାଙ୍ଗୀ ଥାନାର ଭାରପ୍ରାପ୍ତ ଅଧିକାରୀ ଡ.ବିକାଶ ସେଠୀ ଅଭିଯୁକ୍ତ ମାନଙ୍କ ବିରୋଧରେ କି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।।ଆମେ ନୋହୁଁ ଗାନ୍ଧୀ କିମ୍ବା ଗୋପବନ୍ଧୁଆମେ ସବୁ ଛୋଟ ଛୋଟ ଜଳବିନ୍ଦୁ ;ଆମେ ମିଶିଲେ ହୋଇବା ସିନ୍ଧୁ !!ଆମେ ସବୁ ଭାରତୀୟ ଏହି ଆମ ପରିଚୟ ।।ବନ୍ଦେ ମାତରମ୍ 🇮🇳ବନ୍ଦେ ଭାରତ 🇮🇳ବନ୍ଦେ ଉତ୍କଳ ଜନନୀ 🙏 ସର୍ବେ ଭବନ୍ତୁ ସୁଖୀନଃ 🙏ଆପଣଙ୍କର ଗୁଣମୁଗ୍ଧ ଅକ୍ଷୟଫଗୁଣ ✍ବ୍ୟୁରୋଚିଫ୍ HRTVଓଡିଆ ନିଉଜ୍ ।।