ଡିସେମ୍ବରରେ ଏସସିବି ନୂଆ ବିଲଡିଂର ଉଦଘାଟନ, ଜାନୁଆରୀରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ
ଡିସେମ୍ବରରେ ଏସ୍ସିବି ନୂଆ ବିଲ୍ଡିଂର ଉଦଘାଟନ । ଜାନୁଆରୀରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ଉନ୍ନତିକରଣ ଓ ଭିତ୍ତିଭୂମି ବିକାଶ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏସସିବି ନୂଆ ବିଲଡିଂ ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀ ନେଇଥିଲେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ନୂଆ ବିଲଡିଂର ଦୁଇଟି ବ୍ଲକ କାମ ସରିଛି । ଖୁବଶୀଘ୍ର ରୋଗୀ ସ୍ଥାନାନ୍ତର ଆରମ୍ଭ ହେବେ । ଆଉ ଦୁଇଟି ବ୍ଲକ କାମ ଶୀଘ୍ର ସରିବ । ପାର୍କିଂ ସହ ଅନ୍ୟାନ୍ୟ ସୁବିଧା ବାବଦରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ପୁରୁଣା ବିଲଡିଂ ସହ ନୂଆ ମେଡ଼ିସିନ ବିଭାଗ ବିଲଡିଂ ନିର୍ମାଣ ହେବ । ଏନେଇ ଡିପିଆର ପ୍ରସ୍ତୁତ ପରେ ଖୁବଶୀଘ୍ର ପୁଣି ଥରେ ବୈଠକ ବସିବ । ଡିସେମ୍ବର ସୁଦ୍ଧା କ୍ଲିନିକାଲ ବିଲଡିଂ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ବୈଠକରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ସହ ପୂର୍ତ୍ତ ସଚିବ କଟକ ଜିଲ୍ଲାପାଳ ଏବଂ ଅନ୍ୟନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।