ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଅନୁଷ୍ଠିତଶିବିର ରେ୧୨୩ ପଞ୍ଜିକୃତ

ଗଣିଆ (ବିଶ୍ୱରଂଜନ ସେଠି )ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ପି ଏମ ଶ୍ରୀ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଏହି ଅଭିଯାନ ଶିବିରରେ ଅସ୍ଥିଶଲ୍ୟ, ମାନସିକ ଅନଗ୍ରସର, ଭେଷଜ,ଶ୍ରବଣ ବାଧିତ ଓ ଚକ୍ଷୁ ଆଦି ବିଭାଗର୧୨୩ ଜଣ ଭିନ୍ନକ୍ଷମ ନାମ ପଞ୍ଜିକରଣ କରିଥିଲେ!ଅସ୍ଥିଶଲ୍ୟ ବିଭାଗରେ ୬୩, ମାନସିକ ଅନଗ୍ରସର ବିଭାଗରେ ୧୫, ଶ୍ରବଣ ବାଧିତ ୧୯, ଦୃଷ୍ଟି ବାଧିତ ୧୮, ଓ ଭେଷଜ ବିଭାଗରେ ୮ଜଣ ଭିନ୍ନକ୍ଷମ ନାମ ପଞ୍ଜିକରଣ କରିଥିଲେ।ସାମାଜିକ ସୁରକ୍ଷା ବିଭାଗ ଜରିଆରେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଚି଼ହ୍ନଟ କରିବା ସହ ସେମାନଙ୍କୁ ଡିଜିଟାଲ ପ୍ରମାଣପତ୍ର ଯୋଗାଇ ଦେବା ପାଇଁ ଶିବିର ଆୟୋଜନ କରାଯାଇଥିଲା।ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ଭିନ୍ନକ୍ଷମ ମାନଙ୍କର ପରୀକ୍ଷା ନିରୀକ୍ଷା କରାଯାଇଥିଲା।

ଅସ୍ଥିଶଲ୍ୟ ବିଭାଗର ଡାକ୍ତର ବି ଏସ ରାଓ, ଭେଷଜ ବିଭାଗର ଡାକ୍ତର ସିଦ୍ଧାର୍ଥ ଦାଶ, ଚକ୍ଷୁ ବିଭାଗର ଡାକ୍ତର ପି ପି ସାହୁ, ମାନସିକ ଅନଗ୍ରସର ବିଭାଗର ଡାକ୍ତର ସବିତା କୁମାରୀ ବରାଡ଼, ଓ ଶ୍ରବଣ ବିଭାଗର ଡାକ୍ତର ପୀତବାସ ନାୟକ ଭିନ୍ନକ୍ଷମ ମାନଙ୍କୁ ପରୀକ୍ଷା କରିଥିଲେ। ଗଣିଆ ବି ଡି ଓ ଲାବଣେନ୍ଦୁ ମହାନ୍ତି ଶିବିରର ତଦାରଖ କରିଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ଏବିଡ଼ିଓ ରତନଲାଲ ଲୋହରା ଓ ବ୍ଲକର କର୍ମଚାରୀ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ନିହାରବାଳା ରାଉତଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ସ୍କାଉଟ ଛାତ୍ରୀ ଛାତ୍ର ମାନେ ସହଯୋଗ କରିଥିଲେ।