୨୦ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ BPM ଗିରଫ

ଭିଜିଲାନ୍ସ ଜାଲରେ କୁଜଙ୍ଗ ମେଡିକାଲର ବିପିଏମ୍ ମନୋଜ ନାୟକ । ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ।ଜଗତସିଂହପୁରଜିଲ୍ଲା କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବ୍ଲକ ପ୍ରୋଗ୍ରାମିଂ ଅଫିସର(ବିପିଏମ) ଆଜି ମଧ୍ୟାହ୍ନ ସମୟରେ ଜନୈକା ଆଶା କର୍ମୀ ଠାରୁ ମେଡିକାଲ ପରିସର ମଧ୍ୟରେ ୨୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି | କୁଜଙ୍ଗ ବ୍ଲକ ଫତେପୁର ଗ୍ରାମର ରୀନା ଲେଙ୍କା ଆଶା କର୍ମୀ ଭାବେ କାର୍ଯ୍ୟ କରି ଆସୁଥିଲୋ ୨୦୦୫ ମସିହାରେ ସୋ ନିଯୁକ୍ତ ହୋଇଥିବାରୁ ତାଙ୍କର ଆଧୀର କାର୍ଡ ନଥିଲାା ଫଳରେ ସେ ସ୍କୁଲ ସାର୍ଟିଫିକେଟ ଅନୁଯାଯୀ ଚାକିରୀ କରିଥିଲୋ ପରେ ଆଧାର ବାହାରିବା ପରେ ସ୍କୁଲ ସାର୍ଟିଫିକେଟ ଓ ଆଧାର ବୟସ ମଧ୍ଯରେ ଦୁଇ ବର୍ଷର ଫରକ ରହିଥିଲା |

ତେବେ ଅଭିଯୁକ୍ତ ମନୋରଂଜନ ଆଶା କର୍ମୀଙ୍କୁ ୨୦ ହଜାର ଟଙ୍କା ମାଗିଥିଲୋ ନହେଲେ ଆଧାର ଅନୁଯାୟୀ ତାଙ୍କୁ ଅବସର କରିଦେବେ ବୋଲି କହିବା ସହିତ ଟଙ୍କା ଦେଲେ ସ୍କୁଲ ସାର୍ଟିଫିକେଟ ଅନୁଯାୟୀ ଆଉ ଦୁଇବର୍ଷ ଚାକିରୀ କରାଇଦେବେ ବୋଲି କହିଥିଲେ | ଏ ନେଇ ଫତେପୁରର ଆଶା ଦିଦି ରିନା ଲେଙ୍କା ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଆଜି ଆଶା ଦିଦିଙ୍କ ଠାରୁ ୨୦ ହଜାର ଟଙ୍କାର ଲାଞ୍ଚ ନେଉଥିବା ବେଳେ ବିପିଏମ୍ ମନୋଜ ନାୟକଙ୍କୁ ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ ଗିରଫ କରିଛି ।