କଟକ ବଜାରରେ ଅପମିଶ୍ରିତ ପନିର୍ ଦୋକାନରେ ଚଢ଼ାଉ, ଖାଦ୍ୟ ନିରାପତ୍ତା ବିଭାଗର ଯାଞ୍ଚ ଆରମ୍ଭ

କଟକ ବଜାରରେ ଅପମିଶ୍ରିତ ପନିର ଯାହାକୁ ଯେତେ। ମଙ୍ଗଳବାର ୬୦ କିଲୋ ପରେ ବୁଧବାର ପୁଣି ୫୦ କୁଇଣ୍ଟାଲ ପନିର ଜବତ କରିଛି ମହାନଗର ନିଗମ ଫୁଡ୍ ସେଫ୍‌ଟି ଟିମ୍ । ଚଢ଼ାଉ କରିବା ପରେ ଦୋକାନରେ ବିକ୍ରୀ ପାଇଁ ରଖାଯାଇଥିବା ପନିରର କିଛି ଅଂଶକୁ ଏକ ଥାଳିରେ ବାହାର କରାଯାଇଥିଲା । ସମ୍ପୃକ୍ତ ଥାଳିରେ ଥିବା ପନିରରେ ଆୟୋଡିନ୍ ମିଶାଯିବା ପରେ ପନିରର ରଙ୍ଗ ବଦଳି ଯାଇଥିଲା । ଆଉ ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ପନିର ଗୁଡ଼ିକ ଅପମିଶ୍ରିତ ହୋଇଛି ‌।ସେହିପରି ଦୋକାନରେ ବିକ୍ରି ହେଉଥିବା ଖୁଆ ଗୁଡ଼ିକରେ ମଧ୍ୟ ପରୀକ୍ଷା ପାଇଁ କ୍ୟାମିକାଲ ପକାଯିବା ପରେ ତାହା କଳା ରଙ୍ଗରେ ପରିଣତ ହୋଇଥିଲା । ଆଉ ଏଥିରୁ ସ୍ପଷ୍ଟ ହୋଇଥିଲା ଖୁଆ ବି ଅପମିଶ୍ରିତ । ସେହିପରି ଦୋକାନରେ ଏକ୍ସପାୟରୀ ଡେଟ୍ ହୋଇଥିବା କ୍ଷୀର ପ୍ୟାକେଟକୁ ମଧ୍ୟ ବିକ୍ରି ପାଇଁ ରଖିଥିଲେ ବ୍ୟବସାୟୀ । ତେଣୁ ବିପୁଳ ପରିମାଣର ପନିର୍, ଖୁଆ ଓ କ୍ଷୀରକୁ ବିଇଏମସିର ଖାଦ୍ୟ ନିରାପତ୍ତା ବିଭାଗ ନଷ୍ଟ କରିଥିଲା ।ଦୁଇଦିନରେ ଏତେ ପରିମାଣର ଅପମିଶ୍ରିତ ପନିର ଜବତ ଘଟଣାରେ ଏବେ ମୁହଁ ଖୋଲିଛି ଉତ୍କଳ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ। ଆଗକୁ ରାକ୍ଷୀ ବଜାରରେ ମିଠାର ଚାହିଦାକୁ ଦେଖି କିଛି ଅସାଧୁ ବ୍ୟବସାୟୀ ଏଭଳି କରି ସଂଘକୁ ବଦନାମ କରୁଛନ୍ତି। ଆସାଧୁ ଛେନା ପନିର ବ୍ୟବସାୟୀଙ୍କ ପାଇଁ ସାଧାରଣ କ୍ଷୁଦ୍ର ବ୍ୟବସାୟୀ କ୍ଷତିଗ୍ରସ୍ତ ହେଉଛନ୍ତି। ଏଭଳି ଅସାଧୁ ବ୍ୟବସାୟୀଙ୍କ ପ୍ରତି କଡ଼ା କାର୍ଯ୍ୟନୁଷ୍ଠାନ ହେଉ ବୋଲି କହିଛନ୍ତି ସଂଘ ସମ୍ପାଦକ