ଓଡ଼ିଆ ପକ୍ଷରୁ “ସ୍ୱଚ୍ଛତା ଓଡ଼ିଶା ଦିବସ ଅଭିଯାନ”ପାଳିତ
ଗଣିଆ: (ବିଶ୍ୱରଂଜନ ସେଠି)ଓଡ଼ିଆ ଭାଷା, ସାହିତ୍ୟ ଦିନ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସାରା ରାଜ୍ୟରେ ପାଳନ ହେଉଛି ଓଡ଼ିଆ ପକ୍ଷ। ଏଇ ଅବସରରେ ଓଡ଼ିଆ ପକ୍ଷ “ସ୍ୱଚ୍ଛତା ଅଭିଯାନ” କାର୍ଯ୍ୟକ୍ରମ ଗଣିଆ ବ୍ଲକରେ ଆୟୋଜନ କରାଯାଇଛି। “ସ୍ଵଚ୍ଛ ଓଡ଼ିଶା ଦିବସ” କାର୍ଯ୍ୟକ୍ରମ ଗଣିଆ ସ୍ଥିତ ରାମ ମନ୍ଦିର , ମା କଲାପାଟ ପିଠ , , ଜଗନ୍ନାଥ ମନ୍ଦିର , ଓ ବିଭିନ୍ନ ପଯ୍ୟଟନ ସ୍ଥଳି ସାତକୋଶିଆ ଓ ଛମୁଣ୍ଡିଆ ଠାରେ ଆୟୋଜିତ ହୋଇଥିବା ସ୍ୱଚ୍ଛତା ଅଭିଯାନରେ ଗଣିଆ ଏବିଡ଼ିଓ ରତନ ଲାଲ ଲୋହରା ଯୋଗଦେଇ ଏକ “ସ୍ୱଚ୍ଛ ଓଡ଼ିଶା, ସୁନ୍ଦର ଓଡ଼ିଶା” ଗଠନ କରିବା ପାଇଁ ଆହ୍ୱାନ ଦେଇଥିଲେ। ଗଣିଆ ରାମମନ୍ଦିର ପରିସରର ସଫେଇ କାର୍ଯ୍ୟରେ ସେ ନିଜେ ସାମିଲ ହେବା ସହ ଏକ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ କରିବା ପାଇଁ ଜନସାଧାରଣଙ୍କଅଂଶୀଦାରିତା ଉପରେ ଗୁରୁତ୍ୱାରୋପ କରିଥିଲେ। “ଏକ ସ୍ଵଚ୍ଛ ପରିବେଶ ଗଠନ କରିବା ପାଇଁ ଆମେ ସଚେତନ ହେବା ଏବଂ ଗଣିଆ ବ୍ଲକକୁ ସ୍ଵଚ୍ଛ ରଖିବା ପାଇଁ ଆମେ ସମସ୍ତେ ସଂକଳ୍ପବଦ୍ଧ ହେବା”, ବୋଲି ଏବିଡ଼ିଓ ଶ୍ରୀଯୁକ୍ତ ଲୋହରା ମତପ୍ରକାଶ କରିଥିଲେ।ଏହି ସ୍ଵଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ବ୍ଲକ ର ସମସ୍ତ କର୍ମଚାରୀ ଓ ସ୍ଵୟଂ ସହାୟକ ଗୋଷ୍ଠୀର ମା ମାନଙ୍କ ସହିତ ୫୦ରୁ ଉର୍ଦ୍ଧ୍ୱ ଜନ ସାଧାରଣ ଓ ସଫେଇ କର୍ମଚାରୀ ସାମିଲ ହୋଇଥିଲେ ।। ସୂଚନାଯୋଗ୍ୟ ଯେ, ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସ ଅର୍ଥାତ ଏପ୍ରିଲ ୭ ତାରିଖକୁ “ଶିଶୁ କଥା ଦିବସ” ଭାବେ ପାଳନ କରାଯିବ।