କଟକ ତଳ ବାଲିଯାତ୍ରା ପଡିଆରେ ପୁସ୍ତକମେଳା ,ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ
କଟକ ତଳ ବାଲିଯାତ୍ରା ପଡିଆରେ ପୁସ୍ତକମେଳା ଉଦଘାଟିତ ହୋଇଯାଇଛି । କଟକ ମହାନଗର ନିଗମ ପକ୍ଷରୁ ଆୟୋଜିତ ଏହି ପୁସ୍ତକମେଳା ୧୦ ଦିନ ଧରି ଚାଲିବ ବୋଲି ଆୟୋଜକଙ୍କ ପକ୍ଷରୁ ଜଣାପଡିଛି । ମେଳାରେ ୧୬୫ଟି ଷ୍ଟଲ ପଡ଼ିଛି । ରାଜ୍ୟ ସଂସ୍କୃତି ବିଭାଗ, କଟକ ଜିଲ୍ଲା ପ୍ରଶାସନ, କଟକ ମହାନଗର ନିଗମ ଓ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଆୟୋଜିତ ହୋଇଛି ପୁସ୍ତକ ମେଳା । ଏହାର ନାଁ କଟକ ସାହିତ୍ୟ ସରୋବର-୨୦୨୬ ରଖାଯାଇଛି ।ପୁସ୍ତକ ମେଳା ମାର୍ଚ୍ଚ ୨୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ପୁସ୍ତକମେଳାରେ ବିଭିନ୍ନ ପୁସ୍ତକ ଉପଲବ୍ଧ ହେଉଥିବାରୁ ଛାତ୍ରଛାତ୍ରୀ ଓ ପୁସ୍ତକପ୍ରେମୀ ଏହାର ଲାଭ ଉଠାଇବାକୁ ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।